କଟକ ବାଲିଯାତ୍ରା ପାଇଁ ଆଜିଠୁ ପ୍ଲଟ୍ ଆବେଦନ, ନଭେମ୍ବର ୨ରୁ ନିଲାମ

କଟକର ଐତିହାସିକ ବାଲିଯାତ୍ରାକୁ ନେଇ ଆରମ୍ଭ ହେବାକୁ ଯାଉଛି ପ୍ରସ୍ତୁତି। ନଭେମ୍ବର ୨୪ ତାରିଖରୁ ଆରମ୍ଭ ହେବ ବାଲିଯାତ୍ରା। ଏଥିପାଇଁ ପ୍ଲଟ୍ ନେବାକୁ ଆଜିଠାରୁ ଆରମ୍ଭ ହେଉଛି ଆବେଦନ ପ୍ରକ୍ରିୟା।ବାରବାଟୀ ପ୍ୟାଲେସଠାରେ ଦୁଇଟି ପର୍ଯ୍ୟାୟରେ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ବ୍ୟବସାୟୀ। ପ୍ରଥମ ପର୍ଯ୍ୟାୟ ଆବେଦନ ଆଜିଠାରୁ ୧୭ ତାରିଖ ଯାଏଁ ଚାଲିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ଅକ୍ଟୋବର ୨୬ରୁ ୩୦ ତାରିଖ ପର୍ଯ୍ୟନ୍ତ ଗ୍ରହଣ କରାଯିବ। ନଭେମ୍ବର ୨ ତାରିଖରୁ ଆରମ୍ଭ ହେବ ପ୍ଲଟ୍ ନିଲାମ ପ୍ରକ୍ରିୟା।
ନିଲାମ ପରେ ବଳକା ରହିଯାଉଥିବା ପ୍ଲଟ୍ଗୁଡ଼ିକୁ ସ୍ପଟ୍ ନିଲାମ ଜରିଆରେ ବିକ୍ରି କରାଯିବ।ଚଳିତବର୍ଷ ବାଲିଯାତ୍ରା ଉଭୟ ତଳ ଓ ଉପର ପଡ଼ିଆରେ ଆୟୋଜିତ ହେବ। ତଳ ପଡ଼ିଆରେ ୧୪୫୨ଟି ଏବଂ ଉପର ପଡ଼ିଆରେ ୫୯୨ଟି ଷ୍ଟଲ୍ ରହିବ। ଷ୍ଟଲ୍ ପାଇଁ ବର୍ଗଫୁଟ ପିଛା ୬୦ରୁ ୬୫ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ଧାର୍ଯ୍ୟ କରାଯାଇଛି।ତେବେ ବାଲିଯାତ୍ରାରେ ଷ୍ଟଲ୍ ଖୋଲିବାକୁ ଇଚ୍ଛୁକ ବ୍ୟବସାୟୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କରିବାକୁ ପଡ଼ିବ।




