ଅନ୍ତର୍ଜାତୀୟଅନ୍ୟାନ୍ୟ

ବିଭିନ୍ନ ସ୍ଥାନରେ ଇସ୍କନ ଦ୍ବାରା ଅ-ତିଥିରେ ରଥଯାତ୍ରା କରାଯାଉଛି।

ଭୁବନେଶ୍ୱର,ବିଦେଶରେ ମହାପ୍ରଭୁଙ୍କ ଅଦିନିଆ ରଥଯାତ୍ରା, ଆୟୋଜନ କରୁଛି ଇସ୍କନ। ବିଶ୍ବବ୍ୟାପୀ ଜଗନ୍ନାଥପ୍ରେମୀ ଓ ଶ୍ରଦ୍ଧାଳୁ ଅ-ତିଥିରେ ରଥଯାତ୍ରା ଆୟୋଜନକୁ ବିରୋଧ କରିବା ସହ ପ୍ରତିବାଦ ଜଣାଇଥିଲେ ବି ଇସ୍କନ କର୍ତ୍ତୃପକ୍ଷ ମାନୁନାହାନ୍ତି। ଏହାକୁ ନେଇ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ଓ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ, ପ୍ରକାଶ ପାଇଛି।ତିଥି ଅନୁଯାୟୀ ଏବର୍ଷ ରଥଯାତ୍ରାକୁ, ଆହୁରି, ପ୍ରାୟ ମାସେ ବାକି ଥିବାବେଳେ ବିଦେଶର ବିଭିନ୍ନ ସ୍ଥାନରେ, ଇସ୍କନ ଦ୍ବାରା ଅ-ତିଥିରେ ରଥଯାତ୍ରା କରାଯାଉଛି। ସବୁଠି ପ୍ରବାସୀ ଓଡ଼ିଆ ଏବଂ ଜଗନ୍ନାଥପ୍ରେମୀ ଏହି ଅଦିନିଆ ରଥଯାତ୍ରାର, ତୀବ୍ର ବିରୋଧ କରିଆସୁଛନ୍ତି। ତଥାପି ଚେତୁନାହାନ୍ତି ଇସ୍କନ କର୍ତ୍ତୃପକ୍ଷ। ନ୍ୟୁୟର୍କରେ ଅଦିନିଆ ରଥଯାତ୍ରା ନ କରିବାକୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଜଗନ୍ନାଥପ୍ରେମୀ ଏବଂ ବୁଦ୍ଧିଜୀବୀଙ୍କ ପକ୍ଷରୁ, ମିଳିତ ଭାବେ ନ୍ୟୁୟର୍କ ଇସ୍କନ ମନ୍ଦିରର ସଭାପତିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।

Related Articles

Back to top button