ଅନ୍ତର୍ଜାତୀୟସ୍ୱାସ୍ଥ୍ୟ

୨୨ ଜଣଙ୍କୁ ଖୋଜୁଛି ଭାରତୀୟ ତଟରକ୍ଷୀ ବାହିନୀ

ଭୁବନେଶ୍ୱର,ବଙ୍ଗୋପସାଗରରେ ଅଗଷ୍ଟ ୨୧ ତାରିଖରେ ବୁଡ଼ି ଯାଇଥିବା ମାଲବାହୀ ଜାହାଜ ‘ଏମ୍‌ଭି ଓସନ୍ ୱିନର’ରୁ ଉଦ୍ଧାର ହୋଇଥିବା ଦୁଇ ଚୀନ୍ ନାଗରିକଙ୍କୁ ଗୁରୁବାର, ସୁରକ୍ଷିତ ଭାବେ ଓଡ଼ିଶାର ପାରାଦୀପ ବନ୍ଦରରେ ଅଣାଯାଇଛି। ବୁଡ଼ିଥିଲା ମାଲବାହୀ ଜାହାଜ ‘ଏମ୍‌ଭି ଓସନ୍ ୱିନର’। ଏଥିରେ ୨୪ କ୍ରୁ ସଦସ୍ୟଙ୍କ ଭିତରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନେ ଚୀନ୍ ନାଗରିକ। ସେମାନଙ୍କ ଭାଷା ବୁଝି ହେଉନଥିବାରୁ ଦୁର୍ଘଟଣା ସମ୍ପର୍କରେ, ସଠିକ୍ ସୂଚନା ମିଳୁନି।  ଉଦ୍ଧାର ହୋଇଥିବା ଚୀନ ନାଗରିକ, ପାନ ଟୋଙ୍ଗଲାଇ ଓ ଚେନ ଜିଆନହେଙ୍କୁ ପାରାଦୀପକୁ ଆଣିଛି। ଅଗଷ୍ଟ ୨୨ ତାରିଖରେ ସେମାନଙ୍କ ସମୁଦ୍ରରେ ଏକ ଲାଇଫ୍‌ରାଫ୍ଟରୁ ଉଦ୍ଧାର କରାଯାଇଥିଲା।ସେ କହିଛନ୍ତି, ଉଦ୍ଧାର ପରେ ଉଭୟଙ୍କୁ ଜାହାଜରେ ଚିକିତ୍ସା ସୁବିଧା, ଯୋଗାଇ ଦିଆଯାଇଥିଲା। ପାରାଦୀପରେ ଇମିଗ୍ରେସନ ଓ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ, ସେମାନଙ୍କୁ ଜାହାଜର ଲୋଡିଂ ଏଜେଣ୍ଟଙ୍କ ନିକଟରେ, ହସ୍ତାନ୍ତର କରାଯାଇଛି।ଭାଷାଗତ ସମସ୍ୟା କାରଣରୁ ଉଦ୍ଧାର ହୋଇଥିବା ଦୁଇ ଚୀନ ନାଗରିକଙ୍କଠାରୁ , ବିଶେଷ ତଥ୍ୟ ମିଳିପାରିନାହିଁ।ଭାରତୀୟ ତଟରକ୍ଷୀ ବାହିନୀ ଓ ମାରିଟାଇମ ରେସ୍କ୍ୟୁ କୋ-ଅର୍ଡିନେସନ୍ ସେଣ୍ଟର, ବେଜିଂର ମିଳିତ ସମନ୍ୱୟରେ ଜାରି ରହିଥିବା ସନ୍ଧାନ ଅଭିଯାନକୁ ଆହୁରି ଜୋରଦାର କରାଯାଇଛି।

Related Articles

Back to top button