ଅନ୍ୟାନ୍ୟଜୀବନଶୈଳୀ

ଏହି ରାଶିଙ୍କ ଜୀବନରେ ହେବ ବଡ ପରିବର୍ତ୍ତନ

ଭୁବନେଶ୍ୱର ,୮ ଜୁନରେ ହେବାକୁ ଥିବା ଗୁରୁ ଓ ଶୁକ୍ର ଗ୍ରହ ଏକାଠି ହେବା ଏକ ମହାସଂଯୋଗ।
ସୁଖ, ବୈଭବ, ଐଶ୍ୱର୍ଯ୍ୟର ଦାତା ଶୁକ୍ର କର୍କଟ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି। ଏହି ଦିନ ଜ୍ଞାନ, ଭାଗ୍ୟ, ବୁଦ୍ଧିର କାରକ ଦେବଗୁରୁ ବୃହସ୍ପତି ପୂର୍ବରୁ ଚଳନ କରି କର୍କଟ ରାଶିରୁ ଜୁନ୍ ୨ରୁ ବିରାଜମାନ ରହିବେ। କର୍କଟ ରାଶିରେ ଗୁରୁ-ଶୁକ୍ର ଏକାଠି ହେବା ଦ୍ୱାରା ‘ଗଜଲକ୍ଷ୍ମୀ ରାଜଯୋଗ’ ସୃଷ୍ଟି ହୋଇଥାଏ। କର୍କଟ ଗୁରୁଙ୍କର ଉଚ୍ଚ ରାଶି। ତେଣୁ ଏଭଳି ଗ୍ରହ ଏକାଠି ହେବା ‘ଧନ ଯୋଗ’ ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୮ ଜୁନ୍ ଦିନଟି ଖୁବ୍ ଖାସ୍।ଏହା ଦ୍ୱାରା ଲାଭବାନ୍ ହେବେ….ବୃଷ ରାଶି,କନ୍ୟା ରାଶି,ମୀନରାଶି…

ମୀନ-  ଚିନ୍ତା ଦୂର ହେବ। ହଠାତ୍ ଧନ ବୃଦ୍ଧି ହେବ।କନ୍ୟା- ଏହି ମହାସଂଯୋଗ ଦ୍ୱାରା ଆମଦାନୀରେ ବୃଦ୍ଧି ହେବ। ଦୀର୍ଘ ଦିନରୁ ଅଟକି ଥିବା କାମରେ ସଫଳତା ମିଳିବ।

କର୍କଟ- ମାନ-ସମ୍ମାନ ବଢିବ। ମାନସିକ ଦୁଃଶ୍ଚିନ୍ତା ଦୂର ହେବ। କର୍ମକ୍ଷେତ୍ରରେ ଉନ୍ନତି ହେବ। ଧନ ମିଳିବ।

ବୃଷ-ଗୁରୁ-ଶୁକ୍ରଙ୍କ ଏହି ମିଳନ ସାହସ ଓ ପରାକ୍ରମକୁ ବଢାଇଥାଏ। ଭାଇ-ଭଉଣୀଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ବଡ ସଫଳତା ଓ ମାନ-ସମ୍ମାନ ମିଳିବ।

Related Articles

Back to top button