ଅନ୍ୟାନ୍ୟଶିକ୍ଷା

କର୍ମଚାରୀଙ୍କୁ ଚାକିରୀରୁ ବାହାର କରିବ META !

ଭୁବନେଶ୍ୱର ,ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା, ମେ ୨୦ ତାରିଖରେ ନିଜର ୮,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ,ମାର୍କ ଜୁକରବର୍ଗ ଏବେ ମେଟାକୁ ଛୋଟ ଏବଂ ଏଆଇ-ଚାଳିତ ଟିମ୍ ମାଧ୍ୟମରେ, ପୁନର୍ଗଠନ କରୁଛନ୍ତି। ନିକଟରେ ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା ସମୟରେ ଜୁକରବର୍ଗ ସ୍ପଷ୍ଟ କରିଛନ୍ତି ଯେ, କମ୍ପାନୀ କେବଳ ସେହି କର୍ମଚାରୀମାନଙ୍କୁ, ସାଥିରେ ରଖିବାକୁ ଚାହୁଁଛି, ଯେଉଁମାନେ ଏକାକୀ ବଡ଼ ପ୍ରୋଜେକ୍ଟଗୁଡ଼ିକୁ ସମ୍ଭାଳିବାର କ୍ଷମତା ରଖନ୍ତି।ମେଟା ଚଳିତ ବର୍ଷ ନିଜର ଭିତ୍ତିଭୂମି, ବିଶେଷ କରି ଡାଟା ସେଣ୍ଟର, କଷ୍ଟମ ଚିପ୍ସ ଏବଂ ଏଆଇ ମଡେଲ ଟ୍ରେନିଂ ଉପରେ ୧୨୫ ରୁ ୧୪୫ ବିଲିୟନ ଡଲାରର ରେକର୍ଡ ପୁଞ୍ଜିଗତ ଖର୍ଚ୍ଚ କରୁଛି। କମ୍ପାନୀର ମୁଖ୍ୟ ଆର୍ଥିକ ଅଧିକାରୀ  ସୁସାନ ଲି ସ୍ପଷ୍ଟ କରିଛନ୍ତି ଯେ, ଭିତ୍ତିଭୂମି ଉପରେ ଖର୍ଚ୍ଚ ଗତ ବର୍ଷ ତୁଳନାରେ ପ୍ରାୟ ଦୁଇଗୁଣ ହୋଇଯାଇଛି, ଯାହା ଫଳରେ କର୍ମଚାରୀଙ୍କ ଦରମା ଏବଂ କମ୍ପାନୀର ବଜେଟ୍ ମଧ୍ୟରେ, ଅସନ୍ତୁଳନ ସୃଷ୍ଟି ହୋଇଛି। ଏହି ଅସନ୍ତୁଳନକୁ ଦୂର କରିବା ପାଇଁ ମେ ୨୦ ତାରିଖରେ ଛଟେଇ କରିବାକୁ, ନିଷ୍ପତ୍ତି ନିଆଯାଇଛି।ମେଟାର ଏହି ନୂତନ ରଣନୀତି ବୈଷୟିକ କ୍ଷେତ୍ରରେ, କାମ କରିବାର ଶୈଳୀକୁ ସମ୍ପୂର୍ଣ୍ଣ ରୂପେ ବଦଳାଇ ଦେଉଛି। କମ୍ପାନୀର ସ୍ପଷ୍ଟ ବାର୍ତ୍ତା ହେଉଛି ଯେ ଭବିଷ୍ୟତ କେବଳ ସେମାନଙ୍କର, ଯେଉଁମାନେ ଏଆଇ ଉପକରଣ ସହିତ ଦ୍ରୁତ ଗତିରେ କାମ କରିପାରିବେ।

Related Articles

Back to top button