
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜନୈତିକ ଉତ୍ତେଜନା ବଢ଼ିଛି। ବିଜେପି ସମର୍ଥିତ ଛାତ୍ର ସଂଗଠନ ଏବିଭିପି ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ତଥା ବିସିଜେଡି ରାଜ୍ୟ ସଭାପତି ଇପ୍ସିତା ସାହୁ।
ଇପ୍ସିତାଙ୍କ ଅଭିଯୋଗ ଅନୁଯାୟୀ, ନିର୍ବାଚନରେ ପରାଜୟ ଭୟରେ ଏବିଭିପି ସହ ଜଡ଼ିତ ଭାରତୀୟ ଯୁବ ମୋର୍ଚ୍ଚା ସଦସ୍ୟା ମୀମାଂସା ମିଶ୍ରଙ୍କ ଯିଏ ଜଣେ ଅଣ ଛାତ୍ରୀ ରମାଦେବୀ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀ ମାନଙ୍କୁ ପ୍ରଲୋଭନ ଦେଖାଇବା ସହ ଅଶାନ୍ତି ଓ ଭୟର ବାତାବରଣ ସୃଷ୍ଟି କରୁଛନ୍ତି।
ଏହାକୁ ବିରୋଧ କରି ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ କରିଥିଲେ। ଏଥିସହ ବିଶ୍ୱବିଦ୍ୟାଳୟ ପ୍ରଶାସନ ନିକଟରେ ଅଭିଯୋଗ ଜଣାଇ ଘଟଣାର ତଦନ୍ତ ଓ ଆବଶ୍ୟକ ପଦକ୍ଷେପ ଦାବି କରିଥିବା ଜଣାପଡ଼ିଛି।




