Uncategorized

ବିଜେପିରେ ସାମିଲ ହେଲେ ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ

ଭୁବନେଶ୍ବର: ଆଜି ବିଜେପିର ସାମିଲ ହୋଇଛନ୍ତି ବିଜେଡି ନେତା ରୁଦ୍ର ସାମନ୍ତରାୟ ଏବଂ ମିଲନ ପାଇକରାୟ। ଆଜି ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ଉଭୟ ବିଜେପିରେ ସାମିଲ ହୋଇଛନ୍ତି। ଉଭୟ ନେତା ବିଜେଡିର ଭୁବନେଶ୍ବର ରାଜନୀତିରେ ବେଶ ସକ୍ରିୟ ଥିଲେ। ଭୁବନେଶ୍ବର ମଧ୍ୟ ପାଇଁ ରୁଦ୍ର ସାମନ୍ତରାୟ ବିଜେଡି ଟିକେଟ ଆଶାୟୀ ଥିଲେ। ରୁଦ୍ର ଓ ମିଲନ ଦଳିୟ ରାଜନୀତି ସହିତ ବିଭିନ୍ନ ସାମିଜିକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ଅଛନ୍ତି। ଆଜିର ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ଉଭୟଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏଥିରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ଖୋର୍ଦ୍ଧା ବିଜେପି ସଭାପତି ବିଶ୍ବରଂଜନ ବଡଜେନାଙ୍କ ସହିତ ବହୁ ନେତା ଉପସ୍ଥିତ ଥିଲେ।

Related Articles

Back to top button