Uncategorized
ସମ୍ବଲପୁରରେ ଡବଲ ମର୍ଡର : ମା ଝିଅଙ୍କୁ ହତ୍ୟା
ଭୁବନେଶ୍ବର: ସମ୍ବଲପୁରରେ ଡବଲ ମର୍ଡର । ଘର ଅଗଣାରେ ଶୋଇଥିବାବେଳେ ମା ଝିଅଙ୍କୁ ହତ୍ୟା କରାଯାଇଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଶାସନ ଥାନା ଅନ୍ତର୍ଗତ ଗିରିପାଲି ଅଞ୍ଚଳରେ ଘଟିଛି। ମୃତକ ହେଉଛନ୍ତି ମା ଉର୍ମିଳା ପାତ୍ର (୬୦) ଓ ଝିଅ ଲିଳିମା କୁଦେଇ (୩୫) । ପ୍ରାଥମିକ ସୂଚନା ଅନୁସାରେ, ଏହି ଘଟଣାରେ ପଡୋଶୀରେ ରହୁଥିବା ଯୁବକଙ୍କୁ ସନ୍ଦେହ କରାଯାଉଛି । ଅଭିଯୁକ୍ତକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ହତ୍ୟାକାଣ୍ଡ ପରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।




