
ଭୁବନେଶ୍ୱର ,ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଜୁନ୍ ୬ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି। କେତେକ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ନୟାଗଡ଼ ଓ ଗଞ୍ଜାମ ଜିଲାକୁ କାଳବୈଶାଖୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଶନିବାର ସମ୍ବଲପୁରରେ, ଦିନ ତାପମାତ୍ରା ୪୧.୪ ଡିଗ୍ରୀ ଥିବାବେଳେ ବୌଦ୍ଧରେ ୪୧.୨, ହୀରାକୁଦରେ ୪୦.୪, ଭୁବନେଶ୍ବରରେ ୩୭.୬, କଟକରେ ୩୫ ଡିଗ୍ରୀ ରହିଥିଲା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବାଧିକ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି।ପଶ୍ଚିମ ଓଡ଼ିଶାର ଜିଲା ଗୁଡ଼ିକରେ ସର୍ବାଧିକ ତାପମାତ୍ରା ୪୪ରୁ ୪୫ଡିଗ୍ରୀ ରହୁଥିଲା। କିନ୍ତୁ କାଳବୈଶାଖୀ ପ୍ରଭାବ ହେତୁ ପଶ୍ଚିମରେ, ତାପମାତ୍ରା ହ୍ରାସ ପାଇବାରେ ଲାଗିଛି। ଝାରସୁଗୁଡ଼ାରେ ପାରଦ ୪୫ ଡିଗ୍ରୀ ଉପରେ ରହୁଥିବାବେଳେ, ଶନିବାର ୩୭ ଡିଗ୍ରୀକୁ ଖସି ଆସିଛି। ସମ୍ବଲପୁର, ହୀରାକୁଦ ଏବଂ ବୌଦ୍ଧ ଜିଲାକୁ ଛାଡ଼ି ଦେଲେ ବାକି ସବୁଠି ଦିନ ତାପମାତ୍ରା, ୪୦ ଡିଗ୍ରୀ ତଳକୁ ଖସିଛି।




