ଓଡ଼ିଶା

୨୨ରୁ ବିଧାନସଭା | ବିରୋଧୀଙ୍କ ପ୍ରଶ୍ନ , ସରକାର ପ୍ରସ୍ତୁତ

ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏ ନେଇ ପୂରା ପ୍ରସ୍ତୁତ ହେଲେଣି ସରକାର ଏବଂ ବିରୋଧୀ । ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ଲାନ କରୁଛନ୍ତି ଏମ୍‌ଏମ୍‌ଡିଆର୍‌, ବହିରେ ତ୍ରୁଟି, ଚାଷୀ ପଞ୍ଜିକରଣ ଓ ଶିକ୍ଷକ ଆନ୍ଦୋଳନ ଭଳି ପ୍ରସଙ୍ଗ ଉଠାଇବାକୁ ବିରୋଧୀ ଦଳଗୁଡ଼ିକ ପ୍ରସ୍ତୁତ ହେଉଛନ୍ତି । ଅନ୍ୟପଟେ ବିରୋଧୀଙ୍କ ସମସ୍ତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଏ ନେଇ ୨୧ ତାରିଖ ଦିନ ସାଢ଼େ ୧୧ଟାରେ ବସିବ ସର୍ବଦଳୀୟ ବୈଠକ । ସେହିଦିନ ଅପରାହ୍ଣରେ ବସିବ ବିଜେପି ବିଧାୟକ ଦଳ ବୈଠକ । ଏନେଇ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ବିଧାନସଭାକୁ ସୁଚାରୁ ରୂପେ ଚଳାଇବା ନେଇ ସର୍ବଦଳୀୟ ବୈଠକରେ ଆଲୋଚନା କରାଯିବ । ହେଲେ ଏଥର ବିରୋଧୀଙ୍କ କଡା ଅଭିମୁଖ୍ୟରୁ ଯାହା ଜଣାପଡୁଛି ବିଧାନସଭା ହୁଲୁସ୍ତୁଲ ହେବ। ଆଉ ଗୃହ ଚାଲିପାରିବ କି ନାହିଁ ସନ୍ଦେହ | ହେଲେ ଦେଖାଯାଉ କଣ ହେଉଛି ଆଗକୁ |

Related Articles

Back to top button