ଓଡ଼ିଶାସ୍ୱାସ୍ଥ୍ୟ

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ ;   କାନଝରୀ ଡ୍ୟାମରେ ଭାସିଗଲେ ଛାତ୍ର । ଶନିବାର ସକାଳେ ଆଦିତ୍ୟ ମହାନ୍ତ ନାମକ ଛାତ୍ର ସାଙ୍ଗମାନଙ୍କ ସହ ଡ୍ୟାମକୁ ଗାଧୋଇ ଯାଇଥିଲେ । ଗାଧୋଇବା ବେଳେ ସେ ଗଭୀର ପାଣିଭିତରକୁ ପଶି ଯାଇଥିଲେ । କିନ୍ତୁ ସେ ପହଁରିବା ଜାଣିନଥିବାରୁ ଭାସି ଯାଇଥିଲେ । ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବା ଚେଷ୍ଟା ବିଫଳ ହେବାରୁ ସେମାନେ କେନ୍ଦୁଝର ସଦର ଥାନାକୁ ଜଣାଇଥିଲେ ।

ଖବର ପାଇ ପୋଲିସ ସହିତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପରେ ତାଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ଆଦିତ୍ୟଙ୍କ ବୟସ ୨୭ ବର୍ଷ ଏବଂ ସେ କେନ୍ଦୁଝର ସହରର ମାଗୁରଗାଡ଼ିଆ ଅଞ୍ଚଳର ବସିନ୍ଦା । ସ୍ଥାନୀୟ ସରକାରୀ ଡିଗ୍ରୀ ଇଞ୍ଜିନିୟରିଂ କଲେଜରେ ସେ ବିଟେକ୍ ପଢ଼ୁଥିଲେ ।

Related Articles

Back to top button