ଅନ୍ୟାନ୍ୟରାଜନୀତି

ବିଜେପିରେ ମିଶିଲେ ହଜାରରୁ ଉର୍ଦ୍ଧ୍ବ କର୍ମୀ

ଭୁବନେଶ୍ୱର ,ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଶୈବ ପୀଠ ଝାଡ଼େଶ୍ୱର ମନ୍ଦିର ପରିସରରେ,ଶୁକ୍ରବାର  ବିଜେପିର ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ପଞ୍ଚାୟତର ସାମଗ୍ରିକ ବିକାଶକୁ ଆଖି ଆଗରେ ରଖି ଉକ୍ତ ଦୁଇ ପଞ୍ଚାୟତର, ଛାମୁଆ ନେତା ଓ କର୍ମୀ ବିଜେପି ଦଳରେ ସାମିଲ ହୋଇଛନ୍ତି। ଦିନକୁ ଦିନ ବିଭିନ୍ନ ଦଳର ନେତା ଓ କର୍ମୀଙ୍କ ଯୋଗ ଦାନ ବୃଦ୍ଧି ପାଇବା ଫଳରେ ଆଗାମୀ ପଞ୍ଚାୟତ ନିର୍ବାଚନରେ, ବିଜେପି ନିରଙ୍କୁଶ ସଂଖ୍ୟା ହାସଲ କରି ପଞ୍ଚାୟତ ସମିତି ନିଶ୍ଚିତ ଭାବେ ଦଖଲ କରିବ ବୋଲି ବିଧାୟକ ଶ୍ରୀ ସେଠୀ ଦୃଢ଼ ପ୍ରକାଶ କରିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଖଲ୍ଲିକୋଟ ବିଧାୟକ, ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏମାନେ ବିଜେପିରେ, ଯୋଗ ଦେଇଥିବା କହିଛନ୍ତି।ଏଥିରେ ଖଲ୍ଲିକୋଟ ବ୍ଲକର ବିଏନପୁର ପଞ୍ଚାୟତ ସରପଞ୍ଚ ଋଷି ବେହେରାଙ୍କ ସମେତ ହଜାରରୁ ଉର୍ଦ୍ଧ୍ବ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ, ଯୋଗ ଦେଇଛନ୍ତି।

Related Articles

Back to top button