ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ଚାଲିଛି ଦ୍ୱିତୀୟ ପର୍ଯ୍ୟାୟରେ ଅଖ ନିର୍ମାଣ କାର୍ଯ୍ୟ।

ଭୁବନେଶ୍ୱର ,ତିନି ରଥର ସମସ୍ତ ଚକ ନିର୍ମାଣ ଶେଷ ହୋଇଥିବା ବେଳେ ପାଞ୍ଚ ଦଣ୍ଡା ଚଉପଟ ପାଇଁ ବାହାର ରଥ ଖଳାରେ, କାଠ ସାଇତା ମଧ୍ୟ ଶେଷ ହୋଇଛି।
ତିନି ରଥର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ପରେ, ଚାଲିଛି ଦ୍ୱିତୀୟ ପର୍ଯ୍ୟାୟରେ ଅଖ ନିର୍ମାଣ କାର୍ଯ୍ୟ।
ତିନିରଥର ନାହାକା ,ପଡ଼ି ନାହାକା, ବଡ଼ ଉଛୁଳା ଏବଂ ସାନ ଉଛୁଳା ଅଖର, ନିର୍ମାଣ କାର୍ଯ୍ୟ ଜାରିରଖିଛନ୍ତି ମହାରଣା ସେବକ।
ଅଖ ନିର୍ମାଣ ପରେ ଆରମ୍ଭ ହେବ ତିନିରଥର “ପଞ୍ଚ ଦଣ୍ଡା” ନିର୍ମାଣ କାର୍ଯ୍ୟ।
ତୃତୀୟ ପର୍ଯ୍ୟାୟର ଚକ ଅଖ ଥାକ ଏବଂ ଦିଗ ନିର୍ଣ୍ଣୟ ହୋଇ ଚକ ଅଖକୁ ଉଠିବ, ପାଞ୍ଚ ଦଣ୍ଡା।




