
ଭୁବନେଶ୍ୱର ,ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ, ଅନୁଷ୍ଠିତ ବୈଠକରୁ ଜଣାପଡ଼ିଛି ଯେ, ଗତ ଆର୍ଥିକ ବର୍ଷରେ ଆରବିଆଇର ମୋଟ ଆୟ ପ୍ରାୟ, ୨୬.୪୨% ବୃଦ୍ଧି ପାଇଛି। ବିଦେଶୀ ମୁଦ୍ରାର ବିକ୍ରି, ଆମେରିକୀୟ ବଣ୍ଡ୍ରୁ ମିଳିଥିବା ଭଲ ସୁଧ ଏବଂ ଆରବିଆଇର, ସୁନା ଗଚ୍ଛିତ ପରିମାଣ ବୃଦ୍ଧି ପାଇବା ଯୋଗୁଁ କେନ୍ଦ୍ରୀୟ ବ୍ୟାଙ୍କ, ଏହି ବିପୁଳ ଲାଭ କମାଇଛି। ଆରବିଆଇ ନିଜର ଜରୁରୀକାଳୀନ ପାଣ୍ଠି ବା କଣ୍ଟିଜେଣ୍ଟ ରିକ୍ସ ବଫର କୁ ମଧ୍ୟ ୬.୫%ରେ ସୁରକ୍ଷିତ ରଖିଛି। ରାଷ୍ଟ୍ରାୟତ ବ୍ୟାଙ୍କଗୁଡିକରୁ ଆରବିଆଇ ୧.୯୮ କୋଟି ଟଙ୍କା ଲାଭ ପାଇଛି। ଏହି ଲାଭାଂଶ ବ୍ୟତୀତ ଆଗାମୀ ସମୟରେ ମଧ୍ୟ ଆରବିଆଇ ପକ୍ଷରୁ ସରକାରଙ୍କୁ ଅତିରିକ୍ତ ଲାଭାଂଶ ପ୍ରଦାନ କରିବେ ବୋଲି ସରକାର ଆଶା ରଖିଛନ୍ତି।ଏହା ସହ ବିଗତ ଅନ୍ୟ ଆର୍ଥିକ ବର୍ଷଗୁଡିକରେ ମଧ୍ୟ ଆରବିଆଇ, ଏହାର ଲାଭାଂଶ ସରକାରଙ୍କୁ ପ୍ରଦାନ କରିଆସୁଛି। ମଧ୍ୟପ୍ରାଚ୍ୟ ସଙ୍କଟ ଏବଂ ଆମେରିକା-ଇରାନ ମଧ୍ୟରେ ଚାଲିଥିବା ତିକ୍ତତା କାରଣରୁ ବିଶ୍ୱ ଅର୍ଥନୀତିରେ ଅସ୍ଥିରତା ଦେଖାଦେଇଥିବା ବେଳେ ଏହି ବିପୁଳ ପରିମାଣର ଅର୍ଥ କେନ୍ଦ୍ର ସରକାରଙ୍କ ପାଇଁ ଏକ ବଡ଼ ସଞ୍ଜୀବନୀ ସଦୃଶ ହୋଇଛି। ମଧ୍ୟପ୍ରାଚ୍ୟରେ, ଯୁଦ୍ଧ ପରିସ୍ଥିତି ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଏବଂ ଗ୍ୟାସର ଦାମ୍ ବଢ଼ିବାରେ ଲାଗିଛି। ଭାରତ ତାର ଆବଶ୍ୟକତାର ପ୍ରାୟ ୮୦% ରୁ ଅଧିକ ତୈଳ ଆମଦାନୀ, କରିଥାଏ। ଆରବିଆଇ, ଠାରୁ ମିଳିବାକୁଥିବା ଏହି ଅତିରିକ୍ତ ପାଣ୍ଠି ଯୋଗୁଁ ସରକାରଙ୍କ ଉପରେ ବଢ଼ୁଥିବା ଆମଦାନୀର ବୋଝ ହ୍ରାସ ପାଇବ।




