ଝାରସୁଗୁଡ଼ାରେ ଉଦ୍ଘାଟନ ହେଲା ରାସନ୍ ATM

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ଝାରସୁଗୁଡାରେ ଓଡ଼ିଶା ସରକାର ଏବଂ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (World Food Programme) ସହଯୋଗରେ ଝାରସୁଗୁଡ଼ାରେ “ଅନ୍ନପୂର୍ତ୍ତି ଏଟିଏମ୍”ର ଉଦ୍ଘାଟନ କରାଯାଇଛି । ଶୁକ୍ରବାର ଜିଲ୍ଲାର ମଙ୍ଗଳା ବଜାରରେ ଏହି ଗ୍ରେନ୍ ଏଟିଏମକୁ ଉଦ୍ଘାଟନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ଡିଜିଟାଲ୍ ପ୍ରଯୁକ୍ତିର ସହାୟତାରେ ସାଧାରଣ ଲୋକଙ୍କୁ ଅଧିକ ସୁବିଧା ଯୋଗାଇବା ସହିତ ଖାଦ୍ୟ ବଣ୍ଟନ ପ୍ରଣାଳୀକୁ ଆହୁରି ସ୍ୱଚ୍ଛ ଓ ଦକ୍ଷ କରିବାରେ “ଅନ୍ନପୂର୍ତ୍ତି ଏ.ଟି.ଏମ୍.” ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ। ଏହି ପଦକ୍ଷେପ ମାଧ୍ୟମରେ ହିତାଧିକାରୀମାନେ ସହଜରେ ନିଜ ଅଧିକାରଭୁକ୍ତ ଖାଦ୍ୟଶସ୍ୟ ପାଇପାରିବେ, ଯାହା ଜନକଲ୍ୟାଣ ମୂଳକ ସେବାକୁ ଆହୁରି ସୁଦୃଢ କରିବ । ଜନସାଧାରଣଙ୍କ ସୁବିଧା, ଖାଦ୍ୟ ସୁରକ୍ଷା ଓ ପାରଦର୍ଶିତାକୁ ପ୍ରାଥମିକତା ଦେଇ ଗ୍ରହଣ କରାଯାଉଥିବା ଏଭଳି ଉଦ୍ୟମ ନିଶ୍ଚୟ ସମାଜର ଶେଷ ଲୋକ ପର୍ଯ୍ୟନ୍ତ ସରକାରୀ ସେବାକୁ ସୁନିଶ୍ଚିତ କରିବାରେ ଏକ ମାଇଲଷ୍ଟୋନ୍ ସାବ୍ୟସ୍ତ ହେବ ବୋଲି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର, ଜିଲ୍ଲାପାଳ କୁଣାଲ ମୋତିରାମ ଚୌହ୍ୱାନ, ଭାରତରେ କାର୍ଯ୍ୟରତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଉପ-ନିର୍ଦ୍ଦେଶିକା ନୋଜୋମି ହାସିମୋଟୋ ଅତିଥି ଭାବେ ଉପସ୍ଥିତ ରହିଥିଲେ ।




