ଓଡ଼ିଶା

କେନ୍ଦୁଝରରେ କାଳବୈଶାଖୀ ବିଭୀଷିକା:  ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧/୦୫/୨୦୨୬  କେନ୍ଦୁଝର ଜିଲ୍ଲା ସଦର ତହସିଲ ଅନ୍ତର୍ଗତ ନରଣପୁର ଅଞ୍ଚଳରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ଯୋଗୁଁ ଏକ ବଡ଼ ଅଭାବନୀୟ ଘଟଣା ଘଟିଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୩ ଜଣ ଜନସାଧାରଣଙ୍କର ଅକାଳରେ ପ୍ରାଣହାନି ଘଟିଛି। ଘୂର୍ଣ୍ଣିଝଡ଼ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ସମ୍ପର୍କରେ ଜାଣିବା ପରେ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।

 ମୁଖ୍ୟମନ୍ତ୍ରୀ ଏହି ଦୁଃଖଦ ଜନିତ ଘଟଣାରେ ମୃତକଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ନିଜର ଗଭୀର ସମବେଦନା ଜ୍ଞାପନ କରିଛନ୍ତି। କାଳବୈଶାଖୀର ଏହି ପ୍ରକୋପ ସ୍ଥାନୀୟ ଅଞ୍ଚଳରେ ଗଭୀର ଦୁଃଖର ଛାୟା ଖେଳାଇ ଦେଇଛି।

 ବିପର୍ଯ୍ୟୟର ଶିକାର ହୋଇଥିବା ପରିବାରଗୁଡ଼ିକୁ ସାହାଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (CMRF) ରୁ ୪ ଲକ୍ଷ ଲେଖାଏଁ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ କ୍ଷୟକ୍ଷତିର ଆକଳନ ସହ ପୀଡ଼ିତ ପରିବାରକୁ ତ୍ୱରିତ ସହାୟତା ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି।

Related Articles

Back to top button