ଅନ୍ତର୍ଜାତୀୟଯୁଦ୍ଧ

ହ୍ୱାଇଟ୍ ହାଉସ୍‌ରେ ବସିବ ଜରୁରୀକାଳୀନ ବୈଠକ

 ଭୁବନେଶ୍ୱର,ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ, ପୁଣି ଏକ ବଡ଼ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଇରାନ ଶୀଘ୍ର ପରମାଣୁ ଚୁକ୍ତି ପାଇଁ ଏକ ଭଲ ପ୍ରସ୍ତାବ ନଦିଏ, ତେବେ ଆମେରିକା ପୂର୍ବ ଅପେକ୍ଷା ଆହୁରି ବଡ଼ ଆକ୍ରମଣ କରିବ। ଆମେରିକୀୟ ଗଣମାଧ୍ୟମ ‘ଏକ୍ସିଓସ୍’କୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ସମୟ ଦ୍ରୁତ ଗତିରେ ଚାଲିଯାଉଛି ଏବଂ ଇରାନ ପାଖରେ, ଆଦୌ ସମୟ ନାହିଁ। ଆମେରିକା, ଏବେ ମଧ୍ୟ ଯୁଦ୍ଧ ଶେଷ କରିବାକୁ ଚାହୁଁଛି, କିନ୍ତୁ ଏଥିପାଇଁ ଇରାନକୁ ଆମେରିକାର ସର୍ତ୍ତ ମାନିବାକୁ ପଡ଼ିବ।ଆସନ୍ତା ମଙ୍ଗଳବାର ଦିନ ଟ୍ରମ୍ପ ହ୍ୱାଇଟ୍ ହାଉସ୍‌ର ‘ସିଚୁଏସନ୍ ରୁମ୍’ ରେ ନିଜର ଜାତୀୟ ସୁରକ୍ଷା ଟିମ୍, ସହିତ ଏକ ବଡ଼ ବୈଠକ କରିବେ। ଏହି ବୈଠକରେ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନର, ବିଭିନ୍ନ ବିକଳ୍ପ ଉପରେ ଆଲୋଚନା କରାଯିବ। ଏହାପୂର୍ବରୁ ଟ୍ରମ୍ପ ନିଜର ଗଲ୍ଫ କ୍ଲବ୍‌ରେ ଉପରାଷ୍ଟ୍ରପତି ଜେଡି ଭେନ୍ସ, ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ସିଆଇଏ ମୁଖ୍ୟ ଜନ୍ ରେଟକ୍ଲିଫ୍‌ଙ୍କ ସହ, ମଧ୍ୟ ରଣନୀତି ପ୍ରସ୍ତୁତ କରିସାରିଛନ୍ତି।ପାକିସ୍ତାନର ଗୃହମନ୍ତ୍ରୀ ନିଜେ ତେହେରାନ ଗସ୍ତ କରି ଇରାନର, ନେତାମାନଙ୍କ ସହ ଆଲୋଚନା କରିଥିବାବେଳେ କତାରର ପ୍ରଧାନମନ୍ତ୍ରୀ ମଧ୍ୟ ଉଭୟ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗରେ ଅଛନ୍ତି।

Related Articles

Back to top button