ବେସାମରିକ ପ୍ରତିଷ୍ଠାନ ଉପରେ ଇରାନ ର ଆକ୍ରମଣ

ଭୁବନେଶ୍ୱର ,ଆମେରିକା ପକ୍ଷରୁ ଇରାନର ବିମାନବନ୍ଦର, ରେଳ ଷ୍ଟେସନ ଓ ସଡକ ଭିତ୍ତିଭୂମି ଉପରେ ବିମାନ ଆକ୍ରମଣ ଜୋରଦାର କରାଯାଉଥିବା ବେଳେ, ତେହେରାନ ଏହାର ପାଲଟା ଜବାବ ଦେଇଛି। ଉପସାଗରୀୟ ଅଞ୍ଚଳରେ ଥିବା ଆମେରିକାର ସାମରିକ ଘାଟି ସହିତ, ସହଯୋଗୀ ଦେଶଗୁଡ଼ିକର ବେସାମରିକ ପ୍ରତିଷ୍ଠାନ ଉପରେ ଇରାନ ଆକ୍ରମଣ କରିଛି। ସହଯୋଗୀ ରାଷ୍ଟ୍ରର ବେସାମରିକ ପ୍ରତିଷ୍ଠାନଗୁଡ଼ିକ ଉପରେ, ଇରାନ ଆକ୍ରମଣ କରିବା ବେଳେ କୁଏତ ସବୁଠାରୁ ଅଧିକ, କ୍ଷତିଗ୍ରସ୍ତ ହୋଇଛି। ଇରାନର ଆକ୍ରମଣକୁ ରୋକିବା ପାଇଁ କୁଏତ, ନିଜର ଏୟାର-ଡିଫେନ୍ସ ବ୍ୟବସ୍ଥା କୁ ସକ୍ରିୟ କରିଛି। ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ, ଏବେ ଯୁଦ୍ଧକ୍ଷେତ୍ର ସୀମା ବାହାରକୁ ବ୍ୟାପିବାରେ ଲାଗିଛି। ଏପରି କି ସମଗ୍ର ଉପସାଗରୀୟ ଅଞ୍ଚଳ, ଏବେ ଧ୍ବଂସାଭିମୁଖୀ, ହେବାକୁ ଯାଉଛି।ରବିବାର ମଧ୍ୟ ଆମେରିକା ଏହାର ଆକ୍ରମଣ ଜୋରଦାର କରିଛି। ଖୁଜେସ୍ତାନରେ ନିର୍ମାଣାଧୀନ ଇରାନର, ଡାର୍ଖୋଭିନ୍ ପରମାଣୁ ପ୍ଲାଣ୍ଟ ଉପରେ ଆମେରିକା ଆକ୍ରମଣ କରିଛି। ଇରାନର ଆଟୋମିକ୍ ଏନର୍ଜି ଅର୍ଗାନାଇଜେସନ୍କ ହିଛି ଯେ, ଦକ୍ଷିଣ-ପଶ୍ଚିମ ଖୁଜେସ୍ତାନ ପ୍ରଦେଶରେ ଥିବା ଡାର୍ଖୋଭିନ୍ ପରମାଣୁ ବିଦ୍ୟୁତ୍ କେନ୍ଦ୍ରର ଏକ ନିର୍ମାଣାଧୀନ ସ୍ଥଳ ଉପରେ,ରବିବାର ଆମେରିକା ପକ୍ଷରୁ କ୍ଷେପଣାସ୍ତ୍ର ମାଧ୍ୟମରେ ଆକ୍ରମଣ କରାଯାଇଛି। ଏହି ଆକ୍ରମଣକୁ ଇରାନ ଅନ୍ତର୍ଜାତୀୟ ଆଇନର, ଉଲ୍ଲଂଘନ ବୋଲି ଦର୍ଶାଇ କଡ଼ା ନିନ୍ଦା କରିଛି। ଆମେରିକା ପକ୍ଷରୁ, ଏମ୍କ୍ୟୁ-୯ ରାପ୍ଟର ଡ୍ରୋନ ମାଡ କରାଯାଇଥିବାବେଳେ ଇରାନ ସେନା ଏହାକୁ ନଷ୍ଟ କରିଦେଇଥିବା, ଦାବି କରିଛି।




