
ଭୁବନେଶ୍ୱର ,ନବରଙ୍ଗପୁରରୁ କଳାହାଣ୍ଡି ଅଭିମୁଖେ ଯାଉଥିବା, ପାଇପ ବୋଝେଇ ଟ୍ରଲର ଓ ପୁରୀରୁ ଦର୍ଶନ ସାରି ବିଶାଖାପାଟଣା ଫେରୁଥିବା କାର ମଧ୍ୟରେ, ମୁହାଁମୁହିଁ ଧକ୍କା ହୋଇଥିଲା।
ଟ୍ରଲର-କାର ମୁହାଁମୁହିଁ ଧକ୍କା। ଦୁର୍ଘଟଣାରେ ଦୁଇ ମହିଳା ମୃତ, ତିନି ଗୁରୁତର।
ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପ୍ରଧାନୀଗୁଡା ନିକଟ ରଜାମାଟୁ ଛକରେ, ଦୁର୍ଘଟଣା ଘଟିଛି ।
ଖବର ପାଇ ପାପଡାହାଣ୍ଡି ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି, ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛନ୍ତି।
କାରରେ ଥିବା ଦୁଇ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ତିନି ଜଣ ଗୁରୁତର ହୋଇଛନ୍ତି।
ଗୁରୁତରଙ୍କୁ ପାପଡାହାଣ୍ଡି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।




