
ଭୁବନେଶ୍ୱର ,ରବିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ଆସୁଛନ୍ତି।ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ କହିଛନ୍ତି, ଶ୍ରୀ ନବୀନ ଆସନ୍ତାକାଲି ରାତିରେ, ସାଧାରଣ ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିବେ। ସୋମବାର ଦିନ ରାଜ୍ୟ କାର୍ଯ୍ୟାଳୟଠାରେ, ରାଜ୍ୟ କୋର କମିଟି ବୈଠକରେ ଯୋଗଦେବେ। ଏହାପରେ ସେ ଖୋରଧା ଜଟଣୀସ୍ଥିତ ଏସିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକାଲ ହେଲ୍ଥ ବିଶ୍ୱବିଦ୍ୟାଳୟ ପରିସରରେ, ଭୁବନେଶ୍ୱର ସାଂଗଠନିକ ଜିଲା ତରଫରୁ, ଅନୁଷ୍ଠିତ ହେବାକୁ ଥିବା, ଜିଲାସ୍ତରୀୟ ପଣ୍ଡିତ ଦୀନଦୟାଲ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ଶିବିରର ଉଦ୍ଘାଟନ କରିବେ। ଶ୍ରୀ ନବୀନ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀ ମନ୍ଦିର ଯିବାର କାର୍ଯ୍ୟକ୍ରମ ରହିଛି। ପୁରୀରୁ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଅପରାହ୍ଣରେ ରାଜ୍ୟ କାର୍ଯ୍ୟାଳୟଠାରେ ରାଜ୍ୟ ପଦାଧିକାରୀ, ମୋର୍ଚ୍ଚା ସଭାପତି ବୈଠକ ଏବଂ ମନ୍ତ୍ରୀ ପରିଷଦ ସଦସ୍ୟମାନଙ୍କ ସହ ଆଲୋଚନା କରିବେ।




