
ଭୁବନେଶ୍ୱର ,କଣାସ ଜାଗୁଳାଇ ପଦର ଠାରୁ ୮ କିମି ଦୂରରେ ଥିବା, ଦୟା ନଦୀ ମୁହାଁଣ ରେ ତେଲ ଅଭାବରୁ, ନଦୀ କୁଳରେ ଲାଗି ରହିଛି ଡ଼ଙ୍ଗା।
ଏପଟେ ଚିଲିକା ଭିତରେ କଣାସ ଅଞ୍ଚକରୁ, ପ୍ରାୟ ୪୦ଟି ଡ଼ଙ୍ଗା ଓ ସେଥିରେ କାର୍ଯ୍ୟରତ ଥିବା, ୧୦୦ରୁ ଅଧିକ ମସ୍ୟଜୀବୀ ଏବେ ଚିନ୍ତାରେ।
ତେଲ ଶେଷ ହୋଇଯାଇଥିବା ହେତୁ, ଆସି ପାରୁନାହାନ୍ତି, ନିଜ ଘରକୁ।ମଝି ଚିଲିକାରେ ଡଙ୍ଗା ସହ ଫସିରହିଛନ୍ତି ମତ୍ସ୍ୟଜୀବୀ।
ଚିଲିକା ଭିତରେ ଥିବା ଛୋଟ ଛୋଟ ଟାପୁରେ, ନେଇଛନ୍ତି ଆଶ୍ରୟ।
କଣାସ ଅଞ୍ଚଳର ୪୦ଟି ଡଙ୍ଗା ସହ, ଶତାଧିକ ମତ୍ସ୍ୟଜୀବୀ ଫସି ରହିଥିବା ସୂଚନା ମିଳିଛି ।




