ଅନ୍ତର୍ଜାତୀୟସ୍ୱାସ୍ଥ୍ୟ

ଆକସ୍ମିକ ବନ୍ୟା ଓ ଭୂସ୍ଖଳନରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି।

ଭୁବନେଶ୍ୱର , ଜାମ୍ମୁ-କାଶ୍ମୀରର ଦୁଇ ସୀମାନ୍ତ ଜିଲା ରାଜୌରୀ ଓ ପୁଞ୍ଚ ଜିଲାରେ ପ୍ରବଳ ବର୍ଷା ଜନିତ ଆକସ୍ମିକ ବନ୍ୟା ଓ ଭୂସ୍ଖଳନରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି….ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ନିରନ୍ତର ପ୍ରବଳ ବର୍ଷା ପରେ ରବିବାର ପ୍ରତ୍ୟୁଷରୁ ହଠାତ ବନ୍ୟା ଆସିଥିଲା। ଦାରହାଲି, ଖଣ୍ଡଲି, ସୁକତୋହ ଏବଂ ଜାମୋଲା ଆଦି ନଦୀ ବିପଦ ସଙ୍କେତ ନିକଟରେ ,କିମ୍ବା ତା’ ଉପରେ ପ୍ରବାହିତ ହେଉଛି। ବେଲା କଲୋନୀ ନିକଟରେ ଦାରହାଲି ନଦୀ ବନ୍ଧ ଭାଙ୍ଗି ନୂତନ ବସ୍ ଷ୍ଟାଣ୍ଡରେ ବନ୍ୟା ପାଣି ମାଡ଼ିଯାଇଥିଲା। ଯେଉଁଠାରେ ଅନେକ ଯାନବାହନ ଭାସିଯାଇଛି। ନଦୀ କୂଳ ଲଙ୍ଘିବା ଫଳରେ ନୂତନ ବସ୍ ଷ୍ଟାଣ୍ଡ ସମେତ ରାଜୌରୀ ସହରର ଅନେକ ସ୍ଥାନରେ ବନ୍ୟା ଜଳ ପ୍ରବେଶ କରିଛି। ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ଆସିବା ପରେ ଶହ ଶହ ବାସିନ୍ଦାଙ୍କୁ, ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜିଲା ପ୍ରଶାସନ ସହାୟତାରେ ଉଦ୍ଧାର ଏବଂ ରିଲିଫ ଦଳକୁ ପ୍ରଭାବିତ ପରିବାରଗୁଡ଼ିକୁ, ସ୍ଥାନାନ୍ତର ଓ କ୍ଷୟକ୍ଷତି ଆକଳନ କରିବାକୁ ନିୟୋଜିତ କରାଯାଇଛି। ଆଇଏମ୍‌ଡି ଜୁଲାଇ ୨୦ ଏବଂ ୨୧ରେ ହିମାଚଳ ପ୍ରଦେଶର କିଛି ଅଂଶ ପାଇଁ ରେଡ୍ ଆଲର୍ଟ, ଜାରି କରିଛି। ଯେଉଁଥିରେ ଅତ୍ୟନ୍ତ ପ୍ରବଳ ବର୍ଷା, ବନ୍ୟା, ଭୂସ୍ଖଳନ, ନଦୀ ଜଳସ୍ତର ବୃଦ୍ଧି ହେବା ନେଇ, ସତର୍କ କରାଯାଇଛି। ସିମଲାରେ ଥିବା ଆଇଏମଡି ପାଣିପାଗ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ, ସନ୍ଦୀପ କୁମାର ଶର୍ମା କହିଛନ୍ତି ଯେ ନିରନ୍ତର ବର୍ଷା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ହୋଇପାରେ। ତେଣୁ ଲୋକମାନେ ନଦୀ, ନାଳ ଏବଂ ଅନ୍ୟ ଜଳାଶୟଠାରୁ ଦୂରେଇ ରହିବା ପାଇଁ ସେ, ପରାମର୍ଶ ଦେଇଛନ୍ତି।

Related Articles

Back to top button