Uncategorized
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: କମିଲା କାରକେଡ୍ ଗାଡ଼ି ସଂଖ୍ୟା


ଭୁବନେଶ୍ୱର: ବିଶ୍ୱ ବଜାରରେ ଦେଖାଦେଇଥିବା ତୈଳ ସଂକଟକୁ ଦୃଷ୍ଟିରେ ରଖି ଏକ ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଶ୍ଚିମ ଏସିଆର ଅଶାନ୍ତ ପରିସ୍ଥିତି ଯୋଗୁଁ ସୃଷ୍ଟି ହୋଇଥିବା ପେଟ୍ରୋଲିୟମ ସମସ୍ୟାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଖର୍ଚ୍ଚକାଟ ପାଇଁ ଆହ୍ୱାନ ଦେଇଥିଲେ। ଏହି ଆହ୍ୱାନକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ନିଜ ସୁରକ୍ଷା କାରକେଡରେ ଯାଉଥିବା ଗାଡ଼ି ସଂଖ୍ୟାକୁ ସିଧାସଳଖ ଅଧା କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ କେବଳ ନିଜେ ଉଦାହରଣ ସୃଷ୍ଟି କରିନାହାନ୍ତି, ବରଂ ରାଜ୍ୟବାସୀଙ୍କୁ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ କମାଇବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ବ୍ୟକ୍ତିଗତ ଗାଡ଼ି ବଦଳରେ ସାଧାରଣ ପରିବହନ ବା ପବ୍ଲିକ୍ ଟ୍ରାନ୍ସପୋର୍ଟର ଅଧିକ ବ୍ୟବହାର କରନ୍ତୁ। ଅନାବଶ୍ୟକ ଭାବେ ଗାଡ଼ି ନ ଚଳାଇ କେବଳ ଜରୁରୀ କାର୍ଯ୍ୟରେ ବ୍ୟବହାର କରନ୍ତୁ। ପେଟ୍ରୋଲ ବ୍ୟବହାର କମ୍ କରି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସହଯୋଗ କରନ୍ତୁ।




