ଐତିହ୍ୟ ଓ ସଂସ୍କୃତିଓଡ଼ିଶା
ରଥଖଳାରେ ଚାଲିଛି ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ।

ଭୁବନେଶ୍ୱର ,ଶ୍ରୀଜିଉଙ୍କ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି ।
ତିନି ରଥର ୧୨ ଗୋଟି ଲେଖାଏଁ ଭୂଇଁ ଚଉତା କଠରୁ ୪ ଗୋଟି ଲେଖାଏଁ ଭୂଇଁ ଚଉତା ର ଚଉପଟ କାର୍ଯ୍ୟ ଶେଷ ହୋଇ ଆଉ ୪ ଗୋଟି ଭୂଇଁ ଚଉତା କାଠର ଚଉପଟ କାର୍ଯ୍ୟ ଜାରୀ ରହିଛି।
ସାଲ ଗୁଜ ଖୋଦେଇରେ ଲାଗିଛନ୍ତି ରୁପକାର ସେବାୟତ। ସେପଟେ କମାର ସାଳରେ ନିମଗ୍ନ କାରିଗର।
ତିନିରଥର ୧୧ ଟି ଲେଖାଏଁ ୩୩ ଗୋଟି ସାଲ ଗୁଜ, ୨୦ ଗୋଟି ତୀଖ ଗୁଜ, ୨୭ ଗୋଟି ଜଳଯନ୍ତ୍ର, ୩୨ ଗୋଟି କୁଡ଼ୁକା, ୪୪ ଗୋଟି ୧୨ ଫୁଟିଆ ଯୋକା, ୪ ଟି ଲେଖାଏଁ ୨୦ ଫୁଟିଆ ମୁହାଁଟ ଏବଂ ନିରାଡ଼ି ଚଉପଟ କାର୍ଯ୍ୟ ଶେଷ ହୋଇଛି।




