ଓଡ଼ିଶାକୃଷି

ଚାଷୀ ପଞ୍ଜୀକରଣରେ ବ୍ୟାପକ ଅବ୍ୟବସ୍ଥା

ଭୁବନେଶ୍ୱର ,ଚାଷୀ ପଞ୍ଜୀକରଣରେ ,ଧାନ ବିକ୍ରି ପାଇଁବ୍ୟାପକ ଅବ୍ୟବସ୍ଥା ନେଇ, ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ବରଗଡ଼ ଜିଲାର ଅନେକ ଚାଷୀ ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ବରଗଡ଼ ଜିଲା ପାଇକମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଆୟୋଜିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କ ସହ ଚାଷୀ ମୁହାଁମୁହିଁ ହୋଇଛନ୍ତି। ସୋମବାର ପାଇକମାଳଠାରେ ଜିଲାପାଳ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧୀକ୍ଷକ ପ୍ରହଲ୍ଲାଦ ସହାୟ ମୀଣାଙ୍କ ଜନ ଅଭିଯୋଗ ଶୁଣାଣି ହୋଇଥିଲା। ଅଭିଯୋଗ ଶୁଣାଣି ଆରମ୍ଭ ପୂର୍ବରୁ ଜାମସେଠ ସେବା ସମିତି ଅଧୀନ ଚାଷୀ ସାଧାରଣ ଅଭିଯୋଗକାରୀଙ୍କୁ ଭିତରକୁ ଛାଡ଼ି ନଥିଲେ।

ଜିଲାପାଳ ଶ୍ରୀ ଗୋୟଲ ଚାଷୀଙ୍କୁ ବୁଝାସୁଝା କଲା ପରେ ସେମାନେ ଛାଡ଼ିଥିଲେ। ଶୁଣାଣି ଶେଷ ପରେ ଜିଲାପାଳଙ୍କ ଗାଡ଼ି ବାହାରୁଥିବାବେଳେ ଚାଷୀ ଗାଡ଼ି ଆଗରେ ଧାରଣା ଦେଇଥିଲେ। ଜାମସେଠ ସେବା ସମବାୟ ସମିତି ଅଧୀନରେ ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ୨୫୫ ଚାଷୀଙ୍କ ପଞ୍ଜୀକରଣ କେବେ ହେବ ବୋଲି ସେମାନେ ପ୍ରଶ୍ନ କରିଥିଲେ। ଓଡିଶାରେ ପଞ୍ଜୀକରଣ ଅବଧି କାହିଁକି ୧ ମାସ ୫ଦିନ ବୋଲି ପ୍ରଶ୍ନ କରିଥିଲେ। ଜିଲାପାଳ ଉତ୍‌କ୍ଷିପ୍ତ ହୋଇ ଚାଷୀଙ୍କୁ ଜନଶୁଣାଣି ବନ୍ଦ କରିବାର ଅଧିକାର ତୁମର ନାହିଁ କହିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଚାଷୀ ଜିଲାପାଳଙ୍କ ଗାଡ଼ି ଆଗରେ ବସି ରହିଥିଲେ। ସମସ୍ୟା ସମ୍ପର୍କରେ ସରକାରଙ୍କୁ ଜଣାଇ ଦିଆଯାଇଥିବା ଜିଲାପାଳ କହିଥିଲେ। ପୁଲିସ ଚାଷୀଙ୍କୁ ଗାଡ଼ି ଆଗରୁ ହଟାଇବା ପରେ ଜିଲାପାଳ ଯାଇଥିଲେ।

Related Articles

Back to top button