
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ରୌପ୍ୟ ଜୟନ୍ତୀ ଅବସରରେ ଓଡ଼ିଶାକୁ Connecting Maximum Habitations ବର୍ଗରେ ଜାତୀୟ ସ୍ୱୀକୃତି ମିଳିଛି । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ତଥା କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ଏହି ସ୍ୱୀକୃତି ପତ୍ର ପ୍ରଦାନ କରିଛନ୍ତି । ଏହି ଗୌରବମୟ ଉପଲବ୍ଧି ପାଇଁ ମୁଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ, ଯନ୍ତ୍ରୀ ଏବଂ ଏହି କାମରେ ନିୟୋଜିତ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ମାଧ୍ୟମରେ ରାଜ୍ୟର ପ୍ରତିଟି ଅଞ୍ଚଳକୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ । ଓଡ଼ିଶାର ପ୍ରଗତୀ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ଏବଂ କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗ ଯୋଗୁଁ ଆଜି ଆମ ରାଜ୍ୟ ଗ୍ରାମୀଣ ଭିତ୍ତିଭୂମି କ୍ଷେତ୍ରରେ ଏହି ସଫଳତା ହାସଲ କରିଛି । କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ମାଧ୍ୟମରେ ରାଜ୍ୟର ପ୍ରତିଟି ଅଞ୍ଚଳକୁ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆମେ ପ୍ରୟାସ ଜାରି ରଖିଛୁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ ଉଦ୍ୟମ ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ପ୍ରଶସ୍ତ ମାର୍ଗ ପ୍ରସ୍ତୁତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।




