
ଭୁବନେଶ୍ୱର , ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ବାଣନଇ ଛକରେ,ଗରା ବାଲଟି ରଖି ରାସ୍ତା ରୋକ କରିଛନ୍ତି ସ୍ଥାନୀୟ ଲୋକେ।
ଦୀର୍ଘ ଦିନଧରି ଗାଁରେ, ପାଣି ସମସ୍ୟା ଲାଗି ରହିଛି।
ବାରମ୍ବାର ଅଭିଯୋଗ ପରେ ସମସ୍ୟାର ସମାଧାନ ନହେବାରୁ ଶତାଧିକ ଗ୍ରାମବାସୀ, ରାଜ୍ୟ ରାଜପଥ ଅବରୋଧ କରି ପ୍ରତିବାଦ କରିଛନ୍ତି l
ପାଣି ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ପ୍ରତିବାଦ ଜାରିରହିବ, ବୋଲି ଗ୍ରାମବାସୀ କହିଛନ୍ତି।
ଖବରପାଇ କବିସୂର୍ଯ୍ୟନଗର ପୋଲିସ ଘଟଣାସ୍ଥଳରେ, ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି l




