ସିଜେପି ଆନ୍ଦୋଳନ ପୂର୍ବର ଛାଉଣୀ ପୋଲିସ

ସିଜେପିଙ୍କ ପ୍ରତିବାଦ ପୂର୍ବରୁ ଦିଲ୍ଲୀରେ ପୋଲିସ ଛାଉଣୀ | ସିଜେପି ଶନିବାରଠାରୁ ଦିଲ୍ଲୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହାକୁ ଦୃଷ୍ଟିରେ ରଖି ସାରା ସହରରେ ପୋଲିସ ଏବଂ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। କେବଳ ଏତିକି ନୁହେଁ, ଦିଲ୍ଲୀ ଆସୁଥିବା ଅନେକ ଟ୍ରେନକୁ ମଧ୍ୟ ବାତିଲ କରାଯାଇଛି। ଆଜି ରାତିରୁ 57ଟି ମେଟ୍ରୋ ଷ୍ଟେସନ ମଧ୍ୟ ବନ୍ଦ ହୋଇଯିବ।
ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଏହା ସହିତ ସତର୍କତାମୂଳକ ପଦକ୍ଷେପ ଭାବେ ୫୭ଟି ମେଟ୍ରୋ ଷ୍ଟେସନ ବନ୍ଦ ରଖିବାକୁ ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଚିଠି ଲେଖିଛି ପୋଲିସ ପ୍ରଶାସନ। ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଅକ୍ଟୋବର ୧୦ରେ ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ସିଜେପି ପକ୍ଷରୁ ଅନୁମତି ମଗାଯାଇଥିଲା । ମାତ୍ର ନିୟମ ଅନୁଯାୟୀ ୧୦ ଦିନ ପୂର୍ବରୁ ଆବେଦନ ନକରିବା ଓ ସୁରକ୍ଷା କାରଣ ଦର୍ଶାଇ ପୋଲିସ ଏହି ଅନୁମତିକୁ ଖାରଜ କରିଛି ।
ପୋଲିସ କହିଛି ଯେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ନୂଆଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଭାରତୀୟ ସୁରକ୍ଷା ସଂହିତା (BNSS)ର ଧାରା 163 ଲାଗୁ କରାଯାଇଛି। ଯେଉଁମାନେ ଏହି ସଂହିତା ଉଲ୍ଲଂଘନ କରିବେ, ଭଙ୍ଗାରୁଜା କରିବେ କିମ୍ବା ସାର୍ବଜନୀନ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।




