
ମୋବାଇଲ ନ୍ୟୁଜ 24×7 ବ୍ୟୁରୋ; ସଡ଼କ ଦୁର୍ଘଟଣା ରୋକିବାକୁ ଅଣ୍ଟା ଭିଡିଛନ୍ତି ଓଡ଼ିଶା ସରକାର । ରାସ୍ତା କଡ଼ରେ ଆଉ ରଖି ପାରିବେନି ଟ୍ରକ୍ । ଏଣିକି ଟ୍ରକ୍ ସବୁ ଟର୍ମିନାଲରେ ରଖାଯିବ । ଏହାଦ୍ୱାରା ରାସ୍ତାରୁ ଭିଡ କମିବା ସହିତ ଦୁର୍ଘଟଣା କମିବ । ଏ ନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ସେହିପରି ଭୁବନେଶ୍ୱର ପଳାଶୁଣି ଛକ ଠାରେ ହେଉଥିବା ଭିଡ଼ କମାଇବାକୁ ପୂର୍ତ୍ତ ବିଭାଗ ସହ ଆଲୋଚନା ହୋଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ।




