ରାଜନୀତିସ୍ୱାସ୍ଥ୍ୟ

ଔଷଧରେ ଚେତାବନୀ ଦେବା ବାଧ୍ୟତାମୂଳକ

ଭୁବନେଶ୍ୱର ,ସରକାର ୪ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ଥଣ୍ଡା- ସର୍ଦ୍ଦି-କାଶ ଔଷଧ ବ୍ୟବହାର ଉପରେ ରୋକ୍ ଲଗାଇଛନ୍ତି।ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଏହି ଦୁଇଟି ଔଷଧୀୟ ଉପାଦାନ ଥିବା ସମସ୍ତ FDC ଔଷଧରେ, ସ୍ପଷ୍ଟ ଚେତାବନୀ ଦେବା ବାଧ୍ୟତାମୂଳକ ହେବ ଯେ ଏଗୁଡ଼ିକୁ, ୪ ବର୍ଷରୁ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ବ୍ୟବହାର କରାଯିବ ନାହିଁ। ଏହି ଚେତାବନୀ ଔଷଧର ଲେବଲ୍, ପ୍ୟାକେଜ୍ ଭିତରେ ଦିଆଯାଉଥିବା, ବିବରଣୀ ଏବଂ ପ୍ରଚାର ସାମଗ୍ରୀରେ, ସ୍ପଷ୍ଟ ଭାବରେ ପ୍ରଦର୍ଶିତ ହେବା ଆବଶ୍ୟକ।ଛୋଟ ପିଲାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ,କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।  ସରକାର ‘କ୍ଲୋରଫେନିରାମାଇନ୍ ମାଲେଟ୍’ ଏବଂ ‘ଫିନାଇଲେଫ୍ରାଇନ୍ ହାଇଡ୍ରୋକ୍ଲୋରାଇଡ୍’  ଯୁକ୍ତ ସମସ୍ତ ଫିକ୍ସଡ୍ ଡୋଜ୍ କମ୍ବିନେସନ୍ ଉପରେ, ପ୍ରତିବନ୍ଧକ ଲଗାଇଛନ୍ତି।୨୦୨୫ ଏପ୍ରିଲ୍ ୧୫ରେ ଜାରି ବିଜ୍ଞପ୍ତି ଜରିଆରେ, ଏହି ଔଷଧଗୁଡ଼ିକ ଉପରେ ସମାନ ପ୍ରକାରର ବୟସଗତ, ଚେତାବନୀ ଲାଗୁ କରାଯାଇଥିଲା। ବର୍ତ୍ତମାନ ସରକାର ଏହାର ପରିସରକୁ, ବୃଦ୍ଧି କରି ଏହି ଦୁଇଟି ଉପାଦାନ ଥିବା ସମସ୍ତ ଫର୍ମୁଲେସନ୍‌କୁ ଏହାର ଅଧୀନକୁ ଆଣିଛନ୍ତି।ଉତ୍ପାଦନକାରୀମାନଙ୍କୁ ଔଷଧରେ, ସ୍ପଷ୍ଟ ଭାବରେ ଲେଖିବାକୁ ହେବ ‘Fixed Dose Combination shall not be used in children below four years of age’। ଔଷଧ କମ୍ପାନୀଗୁଡ଼ିକୁ ସେମାନଙ୍କର ଉତ୍ପାଦ ଲେବଲ୍ ଏବଂ ପ୍ୟାକେଜ୍ ଉପରେ ଏହି ଚେତାବନୀ ଛାପିବାକୁ କୁହାଯାଇଛି।

Related Articles

Back to top button