ମୋବାଇଲ ନ୍ୟୁଜ 24X7 ବ୍ୟୁରୋ; କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ କୋଟିଆ ଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଜନ ଗଣନା କାର୍ଯ୍ୟ ଶେଷ ହୋଇଛି । କିନ୍ତୁ ଆନ୍ଧ୍ର ସରକାରଙ୍କ ଅଧିକାରୀମାନେ ଅନୁପ୍ରବେଶ ପୂର୍ବକ ସେଠାରେ ଜନଗଣନା କରାଇବାକୁ ଉଦ୍ୟମ କରୁଛନ୍ତି । ଏହାର ଜବାବରେ କୋରାପୁଟ ପ୍ରଶାସନ ସେମାନଙ୍କୁ ଦୃଢ ଜବାବ ଦେଇଛି । କୋଟିଆରେ ଜନଗଣନା ସରିଥିବାରୁ ଆଉ କରାଯିବାର ଆବଶ୍ୟକତା ନାହିଁ ବୋଲି କହିବା ସହିତ ଆନ୍ଧ୍ର ଅଧିକାରୀଙ୍କୁ ଫେରାଇ ଦେଇଛି ।
କୋଟିଆ ଓଡ଼ିଶାର ଅବିଚ୍ଛେଦ୍ୟ ଅଙ୍ଗ । ସୁପ୍ରିମ କୋର୍ଟରେ ସୀମା ବିବାଦ ମାମଲା ଚାଲିଛି । ତଥାପି ପ୍ରତିମାସରେ ଜିଲ୍ଲାପାଳ ଏବଂ ଆରଡିସି ସେହି ଅଞ୍ଚଳ ଗସ୍ତ କରି ସ୍ଥିତି ପରଖୁଥିବା କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପଚିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । କୋଟିଆ ସମ୍ପର୍କରେ ସୁରେଶ ପୂଜାରୀ ଆଉ କ’ଣ ଅଧିକ କହୁଛନ୍ତି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖନ୍ତୁ –
Back to top button