
ଭୁବନେଶ୍ୱର ,ବିଜେଡି ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ,ଇସ୍ତଫା ଦାବି କରିଛନ୍ତି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ।ମଙ୍ଗଳବାର ଅପରାହ୍ନରେ ବିଜେଡି ରାଜ୍ୟସଭା ସାଂସଦଙ୍କ ସହ, ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ, ଶ୍ରୀ ପଟ୍ଟନାୟକ କହିଛନ୍ତି ଆନ୍ଦୋଳନରତ ଛାତ୍ରଙ୍କ ଉପରେ ପୁଲିସ ଆକ୍ରମଣ ଅତି ସାଂଘାତିକ ଘଟଣା। କେବଳ ଦିଲ୍ଲୀ ନୁହେଁ, ଦେଶର ବିଭିନ୍ନ ସହର ସମେତ ବିଦେଶରେ, ଦୂତାବାସ ସମ୍ମୁଖରେ ପ୍ରଦର୍ଶନ ଆରମ୍ଭ ହେଲାଣି। ଦଳୀୟ ସାଂସଦ ଦିଲ୍ଲୀରେ ଏହି ପ୍ରସଙ୍ଗକୁ, ଜୋରଦାର ଉଠାଇବେ। ଆହତ ଛାତ୍ରଛାତ୍ରୀଙ୍କୁ ଦଳୀୟ ସାଂସଦ ଡାକ୍ତରଖାନାରେ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଦିଲ୍ଲୀର ୩, ଅବଦୁଲ କାଲମ ରୋଡ଼ ସ୍ଥିତ ବାସଭବନରେ ଦଳୀୟ ସାଂସଦଙ୍କ ସହ ବୈଠକରେ ଛାତ୍ରଛାତ୍ରୀଙ୍କ ଦାବିକୁ, ବିଜେଡି ସମର୍ଥନ ବିଷୟରେ ସେ ସ୍ୱଷ୍ଟ କରିଥିଲେ। ଦିଲ୍ଲୀରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ, ପ୍ରତି ପୁଲିସର ହିଂସା ପରେ, ପ୍ରଥମ ଥର ପାଇଁ ନବୀନ ଧର୍ମେନ୍ଦ୍ରଙ୍କ ଇସ୍ତଫା ମାଗିଛନ୍ତି।




