
ଭୁବନେଶ୍ୱର,ରାଜଗାଙ୍ଗପୁର ପାଦା ଯାମପାଲିଠାରେ ଟାୟାର କାରଖାନାରେ, ଆଜି ସକାଳୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।
ତେବେ କାରଖାନାରେ କିଭଳି ନିଆଁ ଲାଗିଲା, ତାହା ଏବେବି ରହସ୍ୟ।
କ୍ଷୟକ୍ଷତିର ପରିମାଣ କେତେ, ତାହା ନିଆଁ ଲିଭିବା ପରେ ହିଁ ସ୍ପଷ୍ଟ ହେବ।
ଖବର ମିଳିବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିଆଁ ଏତେ ଭୟଙ୍କର ଯେ ତାକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ୭ଟି ଦମକଳ ବାହିନୀକୁ ନିୟୋଜିତ କରାଯାଇଛି।
ଅଗ୍ନିଶମ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି।
ଘଟଣାସ୍ଥଳରେ ରାଜଗାଙ୍ଗପୁର ପୋଲିସ ମଧ୍ୟ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି।




