ଓଡ଼ିଶାରାଜନୀତି

ରାଜ୍ୟରେ ପ୍ରତିବାଦ କରିବ ମହିଳା ବିଜେପି

ଭୁବନେଶ୍ୱର,ଆଜି ରାଜ୍ୟ ବିଜେପି ପକ୍ଷରୁ ଭୁବନେଶ୍ୱରରେ ବିଶାଳ ମହିଳା ଆକ୍ରୋଶ ଯାତ୍ରା ଅନୁଷ୍ଠିତ ହେବ। ଏହା ପରେ ରାଜ୍ୟର ପ୍ରତ୍ୟେକ ଜିଲାରେ ପ୍ରତିବାଦ ସଭା ହେବ। ପ୍ରତ୍ୟେକ ବର୍ଗର ହଜାର ହଜାର ମହିଳା ଏହି ଯାତ୍ରାରେ ସାମିଲ ହେବେ ବୋଲି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ବର୍ଯ୍ୟା ବିଶ୍ୱାଳ ସୂଚନା ଦେଇଛନ୍ତି।ମହିଳା ମୋର୍ଚ୍ଚା ଏବଂ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ମହିଳା, ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଆଲୋଚନାଚକ୍ର କରି ସେମାନଙ୍କ ସହ ହୋଇଥିବା ଅନ୍ୟାୟ ସମ୍ପର୍କରେ ପ୍ରତିବାଦ କରିବେ। ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ, ରାଜ୍ୟ ସମ୍ପାଦିକା ସ୍ମୃତି ପଟ୍ଟନାୟକ, ପିଙ୍କି ପ୍ରଧାନ, ମମତା ସିଂହ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଜୟନ୍ତୀ ପଢ଼ିଆରୀ, ରୋଜାଲିନ ଦାସ ଓ ରାଜ୍ୟ ପ୍ୟାନେଲିଷ୍ଟ ତୃପ୍ତି ମକଦ୍ଦମ ପ୍ରମୁଖ ଉପସ୍ଥିତ ଥିଲେ।ରାଜ୍ୟର ପ୍ରତ୍ୟେକ ଜିଲା ସମେତ ପ୍ରମୁଖ ସହରଗୁଡ଼ିକରେ ସାମ୍ବାଦିକ ସମ୍ମିଳନୀ ଜରିଆରେ, ବିରୋଧୀ ଦଳଗୁଡିକର ମହିଳା ବିରୋଧୀ ଆଭିମୁଖ୍ୟକୁ ପଦାକୁ ଅଣାଯିବ। ଚଳିତ ମାସ ୨୪ ଓ ୨୫ରେ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲାରେ ମହିଳା ଆକ୍ରୋଶ ସମ୍ମିଳନୀ ଏବଂ ୨୭ ରୁ ୨୯ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମଣ୍ଡଳରେ ମହିଳା ଆକ୍ରୋଶ ପଦଯାତ୍ରା ହେବ।

Related Articles

Back to top button