
ଭୁବନେଶ୍ୱର , ପ୍ରଧାନମନ୍ତ୍ରୀ ମୋଦୀଙ୍କୁ “ଝାଲମୁଢି” ଖୁଆଇଥିବା ବ୍ୟକ୍ତି ଏବେ କିଛି ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଝାଲମୁଢି ତିଆରି କରିଥିବା ବିକ୍ରମ ଶଙ୍କ ଠାରୁ ଝାଲମୁଢି ଖାଇଥିଲେ। ଏବଂ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ।
ଏପରିକି ମୋଦୀ ବିକ୍ରମଙ୍କୁ ତାଙ୍କ ପରିବାର ଲୋକଙ୍କ ବିଷୟରେ ମଧ୍ୟ ପଚାରିଥିଲେ।
ଏହି ଦୃଶ୍ୟ ଦେଖିଥିବା ସବୁ ଲୋକ ଆଶ୍ଚର୍ଯ୍ୟ ଏବଂ ଆନନ୍ଦିତ ହୋଇଥିଲେ। ସବୁକିଛି ଏତେ ସୁନ୍ଦର ଥିଲା ଯେ ତାଙ୍କ ଚାରିପାଖରେ ଥିବା ଲୋକମାନେ ତାଳି ମାରିବାକୁ ଲାଗିଥିଲେ।
ଧାନମନ୍ତ୍ରୀ ମୋଦୀ ଝାରଗ୍ରାମରେ “ଝାଲମୁଢି” ଖାଇବା ପାଇଁ ଅଟକିଥିବାର ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।




