ଅପରାଧଓଡ଼ିଶା

ଦେଢ଼ କୋଟି ଟଙ୍କାର ଅଳଙ୍କାର ଉଦ୍ଧାର କଲା ପୋଲିସ

ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ,  କଟକ ଗ୍ରାମାଞ୍ଚଳ ପୋଲିସ ଅଧୀନ ସାଲେପୁର SDPOଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ଟିମ ଏକ ବଡ଼ ସଫଳତା ପାଇଛି । ଅନ୍ତଜିଲ୍ଲାରେ ସକ୍ରିୟ ଥିବା ଦୁଇ କୁଖ୍ୟାତ ଚୋର ଗ୍ୟାଙ୍ଗକୁ ଧରିବା ସହିତ କୋଟି କୋଟି ଟଙ୍କାର ସୁନା ଓ ରୂପା ଗହଣା ଜବତ କରିଛନ୍ତି ସାଲେପୁର SDPO ଏବଂ ତାଙ୍କ ଟିମ୍ । ଏହି ମାମଲାରେ ୮ ଜଣ ରିସିଭର ଧରାଯାଇଛି । ସାଲେପୁର SDPOଙ୍କ କାର୍ୟ୍ୟାଳୟରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ସମସ୍ତ ତଥ୍ୟ ଦେଇଛନ୍ତି କଟକ ଗ୍ରାମଞ୍ଚଳ SP ବିନୀତ ଅଗ୍ରୱାଲ ।

ଜବତ ସାମଗ୍ରୀ ମଧ୍ୟରେ ପ୍ରାୟ ୯୨୫ ଗ୍ରାମ ସୁନା ରହିଛି, ଯାହାର ଅନୁମାନିତ ମୂଲ୍ୟ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କା। ସେହିପରି ୩ କିଲୋ ୧୦୦ ଗ୍ରାମ ରୂପା (ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା) ଓ ୬୧ ହଜାର ୬୦୦ ନଗଦ ଟଙ୍କା ଜବତ କରାଯାଇଛି । ଏହା ସହିତ ଦୁଇଟି ଗାଡ଼ି – ମହିନ୍ଦ୍ରା ଥାର (OD05-CF-0657) ଓ ଫୋର୍ଡ ଫିଗୋ(OD02X-8373), ଦୁଇଟି ୱାକି-ଟକି, ଦୁଇଟି ମୋବାଇଲ ଫୋନ୍‌ ସହିତ ଅନ୍ୟାନ୍ୟ ସାମଗ୍ରୀକୁ ମଧ୍ୟ ପୋଲିସ ଜବତ କରିଛି ।

Related Articles

Back to top button