ଅନ୍ୟାନ୍ୟରାଜନୀତି

ରାଷ୍ଟ୍ରପତିଙ୍କ ଗୁଜରାଟ, ମହାରାଷ୍ଟ୍ର ଗସ୍ତ

ଭୁବନେଶ୍ୱର ,ଏପ୍ରିଲ ୧୩ରେ ରାଷ୍ଟ୍ରପତି ରାଜ୍‌କୋଟ ଏମ୍‌ସର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେବେ।

୧୪ରେ ଗାନ୍ଧୀନଗରସ୍ଥିତ ଲୋକ ଭବନରେ, ଆୟୋଜିତ ହେବାକୁ ଥିବା ‘ସାମାଜିକ ସମରସତା ମହୋତ୍ସବ’ରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏପ୍ରିଲ ୧୫ରେ ରାଷ୍ଟ୍ରପତି ନାଗପୁର ଏମ୍‌ସର ,ଦ୍ବିତୀୟ ସମାବର୍ତ୍ତନ ଉତ୍ସବ ଏବଂ ଏପ୍ରିଲ ୧୬ରେ ୱାର୍ଦ୍ଧାସ୍ଥିତ ମହାତ୍ମା ଗାନ୍ଧୀ ଅନ୍ତଃରାଷ୍ଟ୍ରୀୟ ହିନ୍ଦୀ ବିଶ୍ବବିଦ୍ୟାଳୟର ଷଷ୍ଠ ସମାବର୍ତ୍ତନ ଉତ୍ସବରେ ମଧ୍ୟ ଯୋଗଦେବେ ବୋଲି ରାଷ୍ଟ୍ରପତି ଭବନ ସୂତ୍ରରୁ ଜଣାପଡିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଚଳିତମାସ ୧୩ରୁ ୧୬ ପର୍ଯ୍ୟନ୍ତ, ଗୁଜରାଟ ଓ ମହାରାଷ୍ଟ୍ର ଗସ୍ତରେ ଯିବେ ବୋଲି ଜଣାପଡିଛି।

Related Articles

Back to top button