
ଭୁବନେଶ୍ୱର,ଦିନକୁ ଦିନ ଶିଶୁ ଚାଲାଣ ବଢିବାରେ ଲାଗିଛି। ସୂଚନା ମୁତାବକ ଆଜି ସାଇ କ୍ରିଷ୍ଣା ବସ ରେ କିଛି ଶିଶୁ ଚାଲାଣ ହେଉଥିବା ନେଇ, ଚାଇଲ୍ଡ ଲାଇନକୁ ଏକ କଲ ଆସିଥିଲା ।
ଏହାପରେ ଶିଶୁ ଵିଭାଗ ଦ୍ୱାରା ସେହି ବସ ଟିକୁ ମାଲକାନଗିରି ଥାନା ନିକଟରେ, ଅଟକାଇ ଯାଞ୍ଚ କରିବା ଦ୍ୱାରା ସେହି ଗାଡ଼ିରୁ କିଛି ଶିଶୁ ଙ୍କୁ ଉଦ୍ଧାର କରାଯାଇଥିଲା ।
ସେମାନଙ୍କ ସହ ଆଲୋଚନା କରିବା ପରେ, ସେମାନେ ବିଜୟୱାଡା ଯାଉଥିବା କହିଥିଲେ ।
ତେବେ ଶିଶୁମାନଙ୍କୁ ଉଦ୍ଧାର କରିବା ପରେ ସେହି ଶିଶୁ ମାନଙ୍କୁ ସିଡବ୍ଲୁସି ରେ ପ୍ରଡ୍ୟୁସ କରି, ସେମାନଙ୍କୁ ତାଙ୍କ ପରିବାର ବର୍ଗଙ୍କ ନିକଟରେ, ହସ୍ତାନ୍ତର କରାଯିବ ।ଶିଶୁ ଚାଲାଣ ର ନୂଆ ତରିକା ।
ସମର କୋର୍ସ ଏବଂ ସୁଟିଂ ନାଁରେ ବାହାର ରାଜ୍ୟକୁ ,ଚାଲାଣ ହେଉଛନ୍ତି ଶିଶୁ ।




