
ଭୁବନେଶ୍ୱର ,୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଇ ବେଶ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ଵର। ଭୁବନେଶ୍ୱର ଏବେ କ୍ରୀଡା, ସ୍ୱାସ୍ଥ୍ୟ ଓ ଶିକ୍ଷାର ହବ ପାଲଟିଛି। ବିକାଶ ଧାରାରେ ସାମିଲ ହୋଇ ନିଜର ଏକ ଭିନ୍ନ ନାମ ଆଉ ପ୍ରତିଷ୍ଠା ଅର୍ଜନ, କରିପାରିଛି ଭୁବନେଶ୍ୱର । ପରମ୍ପାରିକ ଖାଦ୍ୟ ହେଉ କି, ଏହି ପୁରୁଣା ସହରର ଐତିହ, ସାରା ବିଶ୍ବରେ ପରିଚିତ, ଏବେ ଆମ ରାଜଧାନୀ ଭୁବନେଶ୍ବର। ସ୍ବଚ୍ଛ, ସୁନ୍ଦର ଭୁବନେଶ୍ବର, ନିଜ ଐତିହ୍ୟ ଓ ଗାରିମାକୁ ଅକ୍ଷୁର୍ଣ୍ଣ ରଖି ବିଭିନ୍ନ କ୍ଷେତ୍ରରେ ନୂଆ ଇତିହାସ ରଚି ଚାଲିଛି ।ଚିକ୍ ମିକ ଆଲୁଅରେ ଝଲସୁଛି ଭୁବନେଶ୍ଵର। ସରକାରୀ କୋଠା ଠାରୁ ରାସ୍ତା ଘାଟ ପ୍ରତିଷ୍ଠା ଦିବସ ପାଇଁ ସଜେଇ ହୋଇଛି। ୧୯୪୮ ମସିହା ଏପ୍ରିଲ ମାସ ୧୩ ତାରିଖରେ ଭୁବନେଶ୍ବରକୁ ମିଳିଥିଲା ରାଜଧାନୀର ସ୍ବୀକୃତି। ସେବେ ଠାରୁ ଆଜିର ଦିନରେ ପାଳନ କରାଯାଏ ଭୁବନେଶ୍ୱର ପ୍ରତିଷ୍ଠା ଦିବସ। ୧୯୪୮ ଏପ୍ରିଲ ୧୩ ରେ ଭୁବନେଶ୍ବରରକୁ, ରାଜ୍ୟର ରାଜଧାନୀ କରିବା ନେଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହରୁ ଶିଳାନ୍ୟାସ କରିଥିଲେ। ରାଜଧାନୀ ଶିଳାନ୍ୟାସ ଫଳକ, ସମ୍ମୁଖ ରେ ସ୍ଵତନ୍ତ୍ର ଭାବେ ସାଜସଜ୍ଜା କରାଯାଇଛି। ପ୍ରତିଷ୍ଠା ଦିବସ ଅବସରରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ରହିଛି।ଆଜି ରାଜଧାନୀ ପ୍ରତିଷ୍ଠା ଦିବସ ଥିବାରୁ, ପ୍ରଶାସନ ଓ ବିଭିନ୍ନ ସଂସ୍ଥା ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।




