ଓଡ଼ିଶାବିଜ୍ଞାନ ଓ ପ୍ରଯୁକ୍ତି
‘ପାନୀୟ ଜଳ ନିଗମ’ ଗଠନ କରିବେ ରାଜ୍ୟ ସରକାର

ମୋବାଇଲ ନ୍ୟୁଜ୍ 24×7 ବ୍ୟୁରୋ, ଓଡ଼ିଶା ସରକାର ଗଠନ କରିବେ ପାନୀୟ ଜଳ ନିଗମ । ଏନେଇ ଖୁବଶୀଘ୍ର ମଧ୍ୟପ୍ରଦେଶ ଏବଂ କର୍ଣ୍ଣାଟକ ଗସ୍ତ କରିବ ଓଡ଼ିଶା ଟିମ୍ । ଏହି ୨ଟି ରାଜ୍ୟକୁ ଟିମ୍ ଯାଇ ନିଗମର ରୂପରେଖ ବାବଦରେ ଅନୁଧ୍ୟାନ କରିବେ । ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ୨୦୭ମେଗା ପ୍ରକଳ୍ପ, ୧୮ ହଜାର ୭୦୦ ସିଙ୍ଗଲ ଭାଲ୍ଭ, ୬ ହଜାର ୫୫୧ ସୋଲାର ସିଷ୍ଟମ ପରିଚାଳନାକୁ ନିଗମ ନିରୀକ୍ଷଣ କରିବ । ନୂଆନୀତିରେ ମେଗା ପ୍ରକଳ୍ପର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଦାୟିତ୍ୱ ୫ ବର୍ଷ ପାଇଁ ଗୋଟିଏ ଏଜେନ୍ସୀକୁ ଦିଆଯିବ । ପାଞ୍ଚ ବର୍ଷ ପରେ ଦାୟିତ୍ୱ ପଞ୍ଚାୟତର ସରପଞ୍ଚକୁ ହସ୍ତାନ୍ତର କରାଯିବ । ଭିଲେଜ ୱାଟର ସାନିଟେସନ କମିଟିର ଭାଗିଦାରୀରେ ହେବ ।
ଜଳ ଯୋଗାଣ ହେଉଛି କି ନାହିଁ , କେଉଁଠି ବିଶୋଧନ ହେବ ଏସବୁ ବାବଦରେ ଗାଁ କମିଟି ବ୍ଲକକୁ ଅବଗତ କରିବ । ସେହିପରି ଜିଲ୍ଲା ତଥା ଭିଲେଜ ୱାଟର ସାନିଟେସନ କମିଟିରେ ଥିବା ମ୍ୟାନେଜରଙ୍କୁ ଜଣାଇବାକୁ ମଧ୍ୟ ଦାୟିତ୍ୱ ଦିଆଯିବ । ଭାରତ ସରକାର ୧୯ଟି ପଏଣ୍ଟ ଆଧାରରେ ସରକାର ନୀତି ପ୍ରଣୟନ କରିଛନ୍ତି । ଗ୍ରାମ୍ୟ ପାନୀୟ ଜଳ ପରିଚାଳନା ଏବଂ ରକ୍ଷଣ ବେକ୍ଷଣ ନୀତି ୨୦୨୬ କାର୍ଯ୍ୟକାରୀ କରିବାରେ ପାନୀୟ ଜଳ ନିଗମ ବଡ଼ ଭୂମିକା ନିର୍ବାହ କରିବ । I.T. ଏବଂ ଡିଜିଟାଲ ପ୍ଲାଟଫର୍ମ ସହ ଏହି ନିଗମ କାମ କରିବ ।




