ଅନ୍ୟାନ୍ୟଜୀବନଶୈଳୀ

ୟୁପିଆଇ ମାଧ୍ୟମରେ ଉଠାଇପାରିବେ ପିଏଫ୍ ଟଙ୍କା

ଭୁବନେଶ୍ୱର,P F ପାଣ୍ଠି ଉଠାଇବା ପୂର୍ବ ଅପେକ୍ଷା ସହଜ ହୋଇଛି। ପିଏଫ୍ ଜମା ଉଠାଇବା ପାଇଁ ଆଉ ସପ୍ତାହ ଅପେକ୍ଷା, କରିବାକୁ ପଡ଼ିବ ନାହିଁ। ନୂତନ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ, ଯୋଗ୍ୟ କର୍ମଚାରୀମାନେ ଏବେ ଜରୁରୀକାଳୀନ ପରିସ୍ଥିତିରେ ଏଟିଏମ୍ କାର୍ଡ କିମ୍ବା ୟୁପିଆଇ ବ୍ୟବହାର କର ସିଧାସଳଖ ସେମାନଙ୍କ ପିଏଫ୍ ଆକାଉଣ୍ଟର, ଟଙ୍କା ଉଠାଇପାରିବେ।ପୂର୍ବରୁ, ଅନଲାଇନ୍ କ୍ଲେମ୍ ଫର୍ମ ଦାଖଲ କରିବା ପରେ, ମଧ୍ୟ ପିଏଫ୍ ପାଣ୍ଠିରୁ ଟଙ୍କା ଉଠାଣ ପାଇଁ ୭ ରୁ ୧୫ ଦିନ ସମୟ ଲାଗୁଥିଲା। ବର୍ତ୍ତମାନ କିନ୍ତୁ ଇପିଏଫ୍ଓ ​​ଏହି ସୁବିଧାକ ଡିଜିଟାଲ୍ ବ୍ୟାଙ୍କିଂ ସହିତ ସଂଯୁକ୍ତ କରିଛି। ଆସନ୍ତୁ ଜାଣିବା ଏହି ନୂତନ ସୁବିଧା କିପରି କାମ କରେ, ଏହାର ଆବଶ୍ୟକତା ଏବଂ ଆପଣ ଏକାଥରକେ କେତେ ସର୍ବାଧିକ ଟଙ୍କା ଉଠାଣ କରିପାରିବେ। ବିବାହ କିମ୍ବା ପିଲାମାନଙ୍କ ଶିକ୍ଷା ଭଳି ଆବଶ୍ୟକତା ସମୟରେ ହିତାଧିକାରୀମାନଙ୍କୁ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବା ଏହାର ମୁଖ୍ୟ ଉ​‌ଦ୍ଦେଶ୍ୟ।ଆପଣଙ୍କର UAN ନମ୍ବର ଆପଣଙ୍କର ଆଧାର ଏବଂ ଏଟିଏମ୍‌ରେ ଆପଣ ବ୍ୟବହାର କରୁଥିବ ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବା ଆବଶ୍ୟକ।
ଅନୁରୋଧ ଦାଖଲ କରିବା ପରେ, ସଫ୍ଟୱେର୍ ଏହାକୁ ସ୍ୱୟଂ-ଯାଞ୍ଚ କରିବ। ଏବଂ କିଛି ମିନିଟ୍ ମଧ୍ୟରେ ଆପଣଙ୍କ ଲିଙ୍କ୍ ହୋଇଥିବା ଆକାଉଣ୍ଟରେ ଟଙ୍କା ଜମା ହୋଇଯିବ।ଏହି ସୁବିଧା ମୁଖ୍ୟତଃ ଉମଙ୍ଗ୍ ଆପ୍ ଏବଂ ନୂତନ EPFO ​​3.0 ପୋର୍ଟାଲ ମାଧ୍ୟମରେ ଉପଲବ୍ଧ ହେବ।

Related Articles

Back to top button