Breaking Newsପାଣିପାଗ

ସୃଷ୍ଟି ହେବ ଲଘୁଚାପ | ୧୩ ଠାରୁ କାଚିବ ବର୍ଷା !

ବର୍ଷାରେ ଭିଜିବ ଦଶହରା | ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେବ ଏକ ଲଘୁଚାପ । ଆସନ୍ତାକାଲି ଉତ୍ତର ଆଣ୍ଡାମାନ ସାଗରରେ ଏକ ଉପରି ବାୟୁ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହାର ପ୍ରଭାବରେ ଅକ୍ଟୋବର ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି ।ଥାଇଲ୍ୟାଣ୍ଡ ଉପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ଏହା ସମୁଦ୍ର ପତ୍ତନଠାରୁ ୭.୬ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି l ୧୧ ତାରିଖ ବେଳକୁ ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗର ମଧ୍ୟକୁ ପ୍ରବେଶ କରିବ।

ଏହି ସମ୍ଭାବ୍ୟ ପାଣିପାଗ ପରିବର୍ତ୍ତନ ଯୋଗୁଁ ଓଡ଼ିଶାରେ ବର୍ଷା ହେବ କି ନାହିଁ, ସେନେଇ ଆଗାମୀ ପାଣିପାଗ ପୂର୍ବାନୁମାନ ଗୁରୁତ୍ୱପୂର୍ଣ୍ଣ ହେବ । ତେଣୁ ଲୋକଙ୍କୁ ପାଣିପାଗ ବିଭାଗର ନିୟମିତ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଉଛି ।

Related Articles

Back to top button