ଅନ୍ୟାନ୍ୟରାଜନୀତି

ବିକେଏମ୍‌ୟୁ ଓ ସିପିଆଇର ଦରବୃଦ୍ଧି ବିରୋଧରେ ବିକ୍ଷୋଭ

 ଭୁବନେଶ୍ୱର,ପେଟ୍ରୋଲ, ରନ୍ଧନ ଗ୍ୟାସ ଓ ବସ୍‌ ଭଡ଼ା ବୃଦ୍ଧି ପ୍ରତିବାଦରେ ଭାରତୀୟ କ୍ଷେତ ମଜଦୁର, ୟୁନିୟନ  ଓ ସିପିଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକେଏମ୍‌ୟୁର ରାଜ୍ୟ ସମ୍ପାଦକ ସୁର ଜେନାଙ୍କ ନେତୃତ୍ବରେ ବିକେଏମ୍‌ୟୁ ଓ ସିପିଆଇର ଶତାଧିକ କର୍ମୀ ହାତରେ ପ୍ଲାକାର୍ଡ ଓ ଖାଲି ଗ୍ୟାସ୍ ଟାଙ୍କି ଧରି ଟ୍ରଲି ଉପରେ ଗାଡ଼ି ଲଦି ଏକ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ। ସିପିଆଇ ସମ୍ପାଦକ ମଣ୍ଡଳୀ ସଭ୍ୟ କମ୍ରେଡ୍‌ ଏନ୍. ନାରାୟଣ ରେଡ୍ଡୀ ଓ ବିକେଏମ୍‌ୟୁ ରାଜ୍ୟ ସମ୍ପାଦକ ଶ୍ରୀ ଜେନା କହିଥିଲେ, ୫ଟି ରାଜ୍ୟ ନିର୍ବାଚନ ପୂର୍ବରୁ ସରକାର ଦେଶରେ ଡିଜେଲ, ପେଟ୍ରୋଲ, ସିଏନ୍‌ଜି, ଖାଇବା ତେଲ ମହଜୁଦ ଅଛି ବୋଲି ମିଥ୍ୟା ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନର ମାତ୍ର କେଇଦିନ ପରେ ପ୍ରଧାନମନ୍ତ୍ରୀ କହିଲେ, ସୁନା କିଣ ନାହିଁ, ବିଦେଶ ଭ୍ରମଣ କର ନାହିଁ, ଡିଜେଲ-ପେଟ୍ରୋଲ କମ୍‌ ଖର୍ଚ୍ଚ କର। ଏହାପରେ ହଠାତ୍‌ ଡିଜେଲ, ପେଟ୍ରୋଲ ଦର ବୃଦ୍ଧି ହୋଇଛି।ସରକାର ତୁରନ୍ତ ଏକ ଶ୍ବେତପତ୍ର ପ୍ରକାଶ କରିବା ସହ ଦେଶରେ ଗଚ୍ଛିତ ଥିବା ଡିଜେଲ ଓ ପେଟ୍ରୋଲର ସଠିକ୍‌ ହିସାବ ଦିଅନ୍ତୁ ବୋଲି ଶ୍ରୀ ରେଡ୍ଡୀ ଦାବି କରିଛନ୍ତି।

Related Articles

Back to top button