
ଭୁବନେଶ୍ୱର ,ଆସନ୍ତା ଜୁନ୍ ୨୦ ତାରିଖରେ, ଓଡ଼ିଶା ଗସ୍ତରେ ଆସିବେ ମୋଦୀ ….ସେଦିନ ପୂର୍ବାହ୍ନ ୧୧ଟା ୫ ମିନିଟ୍ରେ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର, ହେଲିପ୍ୟାଡ୍ରେ ପହଞ୍ଚିବେ।ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୧ଟା ୧୫ ମିନିଟ୍ରେ ଗୋସାଣୀ ପୀଠରେ ପହଞ୍ଚିବେ ଏବଂ ପାହାଡ଼ପୁର ଅଞ୍ଚଳରେ, ପ୍ରାୟ ଏକ ଘଣ୍ଟା ସମୟ ଅତିବାହିତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ଏହା ପରେ ଦାଣ୍ଡବୋଷ ଅଭିମୁଖେ ଯାତ୍ରା କରିବେ, ଯେଉଁଠାରେ ସେ ମଧ୍ୟାହ୍ନ ପ୍ରାୟ ୧୨ଟା ୫୫ ମିନିଟ୍ରେ ସଭାସ୍ଥଳରେ, ପହଞ୍ଚିବେ। ସେଠାରେ ସେ ଓଡ଼ିଶା ସରକାରଙ୍କ, ଦୁଇ ବର୍ଷର କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ସମ୍ପୂର୍ଣ୍ଣ ସୂଚୀ ପୂର୍ବରୁ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ଗସ୍ତ କାର୍ଯ୍ୟକ୍ରମ ଅନୁସାରେ, ରହିଛି।ରାଜ୍ୟରେ ବିଜେପିର ‘ଡବଲ୍-ଇଞ୍ଜିନ’ ସରକାର ଦୁଇ ବର୍ଷ ପୂରଣ କରୁଥିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଓଡ଼ିଶା ଗସ୍ତକୁ, ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି। ଜୁନ୍ ୨୦ ତାରିଖରେ ମୋଦୀ ରାଇରଙ୍ଗପୁର, ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି, ଯେଉଁଠାରେ ସେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ।




