Uncategorized

ନିଖୋଜ ପାଇଲଟଙ୍କୁ ଖୋଜି ପାଇଲା ଆମେରିକା

ନୂଆଦିଲ୍ଲୀ: ଆମେରିକା-ଇରାନ ଯୁଦ୍ଧ ରବିବାର 37 ଦିନରେ ପହଞ୍ଚିଛି । ଦୀର୍ଘ ଏକ ମାସ ଧରି ଏହି ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଛି । ଦୁଇପକ୍ଷର ବୟାନବାଜିକୁ ଦେଖିଲେ ଯୁଦ୍ଧ ଶେଷ ହେବାର କୌଣସି ସଙ୍କେତ ଦେଖିବାକୁ ମିଳୁନାହିଁ । ନିକଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ସହ ଆଲୋଚନା ଜାରି ରହିଛି । ଅନ୍ୟପଟେ ଆମେରିକା ଓ ଇସ୍ରାଏଲ ପକ୍ଷରୁ ଇରାନ ଓ ଲେବାନନରେ ହିଜବୁଲ୍ଲା ବିରୋଧରେ ଆକ୍ରମଣ ଜାରି ରହିଛି । ଇରାନ ମଧ୍ୟ ଆମେରିକାକୁ କଡା ଜବାବ ଦେଇଛି । ଇରାନ ଉପସାଗରୀୟ ଦେଶଗୁଡିକେର ଥିବା ଆମେରିକୀୟ ସେନା ଘାଟି ସମେତ ବିଭିନ୍ନ ତୈଳ ଗ୍ୟାସ ପ୍ରତିଷ୍ଠାନ ଉପରେ ଆକ୍ରମଣ ଜାରି ରଖିଛି ।ଇରାନୀ ସୁରକ୍ଷା କର୍ମୀ ଆମେରିକାର ଲଢୁଆ ବିମାନ ଜେଟ ଏଫ-15ଇକୁ ମାରି ଖସାଇ ଦେଇଥିଲା । ଏହା ପରେ ଦୁଇ ଜଣ କର୍ମଚାରୀ ନିଖୋଜ ଥିଲେ । ଜଣଙ୍କର ପତ୍ତା ମିଳି ମିିଳିଥିବାବେଳେ ଅନ୍ୟଜଣେ ନିଖୋଜ ଆମେରିକୀ ଜଣେ ସେନା କର୍ମଚାରୀଙ୍କ ତଲାସ ଅଭାଯାନ ଜାରି ରହିଛି । ଟ୍ରମ୍ପ ଦେଶ ନାମରେ ଏକା ବାର୍ତ୍ତା ଦେଇ ଇରାନକୁ ଯୁଦ୍ଧରେ ପରାସ୍ତ କରିଦେବା ସହ ସମ୍ପର୍ଣ୍ଣ ଶେଷ କରିଦେଇଛୁ ବୋଲି କହିବାର ଠିକ ଦୁଇଦିନ ପରେ ଏହି ଘଟଣା ଘଟିଥିଲା ।

Related Articles

Back to top button