ଅନ୍ତର୍ଜାତୀୟଅନ୍ୟାନ୍ୟ

ଜଳିଗଲା ଅଏଲ୍ ରିଫାଇନାରୀ

ଭୁବନେଶ୍ୱର ,ଗତକାଲି ଇରାନ୍ଇସ୍ରାଏଲର ପୋର୍ଟ ସିଟି ହାଇଫାରେ ଏକ ତୈଳ ବିଶୋଧନାଗାରେ ମିସାଇଲ୍ ମାଡ଼ କରିଛି ।ଇସ୍ରାଏଲର ଡିଫେନ୍ସ ସିଷ୍ଟମ, ଆକାଶମାର୍ଗରେ କ୍ଷେପଣାସ୍ତ୍ରକୁ ପ୍ରତିହତ କରିଥିଲେ ବି ଏହାର ଭଗ୍ନ ଅଂଶ ଇନ୍ଧନ ଟ୍ୟାଙ୍କର ଉପରେ, ପଡ଼ିଥିଲା। ଫଳରେ ରିଫାଇନାରୀ ପରିସରରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା। ଏଥିରେ ଏକ ଇନ୍ଧନ ଟ୍ୟାଙ୍କର ଓ ଶିଳ୍ପ ଭିତ୍ତିଭୂମି କ୍ଷତିଗ୍ରସ୍ତ ହୋଇଛି।ହାଇଫା ବିଶୋଧନାଗାର ହେଉଛି ଇସ୍ରାଏଲର ସବୁଠାରୁ ବଡ଼ ତୈଳ ବିଶୋଧନାଗାର। ଏହା ଦେଶର ଆଭ୍ୟନ୍ତରୀଣ ବଜାର ପାଇଁ ଆବଶ୍ୟକ ହେଉଥିବା ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ ଓ ଅନ୍ୟାନ୍ୟ ପେଟ୍ରୋକେମିକାଲ୍ ଉତ୍ପାଦର, ଏକ ବଡ଼ ଅଂଶ ଯୋଗାଇଥାଏ।ଏହା ନଷ୍ଟ ହେଲେ ଦେଶର ଶକ୍ତି ଆବଶ୍ୟକତାର ମେରୁଦଣ୍ଡ ଦୋହଲିଯିବ।ଯୁଦ୍ଧର ମାସେ ଭିତରେ, ଦ୍ବିତୀୟ ଥର ପାଇଁ ହାଇଫା ତୈଳ ବିଶୋଧନାଗାରରେ ଇରାନ ମିସାଇଲ୍ ମାଡ଼ କରିଛି।

Related Articles

Back to top button