ଅନ୍ୟାନ୍ୟଓଡ଼ିଶା

ଯୋଗାଣ ବିଭାଗର ରେଡ୍

ଭୁବନେଶ୍ୱର,କଟକ ଜିଲ୍ଲା ସଦର ଥାନା ଗଙ୍ଗେଶ୍ୱର ଗୋଦାମ ଉପରେ, ଯୋଗାଣ ବିଭାଗ ଅତର୍କିତ ଚଢ଼ାଉ କରି ବିପୁଳ ପରିମାଣର ଗ୍ୟାସ ଟାଙ୍କି ଜବତ କରିଛି।

ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଚୋରା ବ୍ୟବସାୟୀଙ୍କୁ ଧରୁଥିବା ବେଳେ କଟକ ଜିଲ୍ଲା ସଦର ଥାନା ଅଞ୍ଚଳରେ ଏହି ଚୋରା ବ୍ୟବସାୟର ପର୍ଦ୍ଦାଫାସ କରିଛି।

ବର୍ତ୍ତମାନ ବି ଚଢ଼ାଉ ଜାରି ରହିଛି। ଜବତ ଗ୍ୟାସ ସିଲିଣ୍ଡରକୁ କଣ୍ଟାପଡ଼ାର ଏକ ସରକାରୀ ଗ୍ୟାସ ଗୋଦାମକୁ ପଠାଯାଇଛି।

ଚୋରା ଗ୍ୟାସ କାରବାରରେ ଲିପ୍ତ ଥିବା ଈଶ୍ବରପୁରର ଅମରେନ୍ଦ୍ର ସାହୁଙ୍କୁ ପୋଲିସ ଅଟକ ରଖି ପଚରା ଉଚରା କରିଛି।

ଗ୍ୟାସ ଯୋଗାଣରେ ନିୟମ ପରିବର୍ତ୍ତନ ହେବା ପର ଠାରୁ ବିଭିନ୍ନ ସ୍ଥାନରେ କଳାବଜାରୀ ମାନେ ଚୋରାରେ ସିଲିଣ୍ଡର ମହଜୁଦ ରଖି ଉଚ୍ଚା ଦରରେ ବିକ୍ରି କରୁଛନ୍ତି।

Related Articles

Back to top button