
ଭୁବନେଶ୍ୱର ,ସନ୍ଧ୍ୟା ହେଲେ ବଦଳି ଯାଉଛି ପାଗ। ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେଉଛି। ଆସନ୍ତା ୨ ତାରିଖ ଯାଏଁ ରାଜ୍ୟରେ, ଏଭଳି ପାଗ ରହିବ। ଝଡ଼ବର୍ଷା ନେଇ ଆଜି ୪ ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, କୋରାପୁଟ ଓ ମାଲକାନଗିରିକୁ, ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପଶ୍ଚିମା ଝଡ଼ ଜନିତ ବର୍ଷା ଓ ପବନର ସମ୍ଭାବନା ରହିଛି।ଝଡ଼ବର୍ଷା ନେଇ ଆଜି ୪ ଜିଲ୍ଲା ମୟୁରଭଞ୍ଜ, କେନ୍ଦୁଝର, କୋରାପୁଟ ଓ ମାଲକାନଗିରିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୩୦-୪୦ କିଲୋମିଟର ବେଗରେ, ପବନ ବହିପାରେ। କିଛି କିଛି ସ୍ଥାନରେ କୁଆପଥର, ମାଡ଼ ସମ୍ଭାବନା ବି ରହିଛି।




