ଓଡ଼ିଶାପାଣିପାଗ

ବର୍ଷାରେ ବେହାଲ ମାଲକାନଗିରି

ସକାଳୁ ସକାଳୁ ସବୁ ଅନ୍ଧାର । ତୁହାକୁ ତୁହା କାଚୁଛି ବର୍ଷା | ଆଉ ଲଗାଣ ବର୍ଷାରେ ମାଲକାନଗିରିରେ ସ୍ଥିତି ସଙ୍ଗୀନ। ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି। ପୋଟେରୁ, କାଙ୍କରକୁଣ୍ଡା, ଏମ୍ ଭି-90 ଓ ଏମ୍ ଭି-୯୬ ପୋଲ ଉପରେ ପାଣି ପ୍ରବାହିତ ହେଉଛି। ଅନେକ ତଳିଆ ଅଞ୍ଚଳରେ ଘର ଭିତରକୁ ପଶିଛି ବର୍ଷା ପାଣି। ସ୍ଥିତିକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ଆଶ୍ରୟସ୍ଥଳୀରେ ସେମାନଙ୍କ ରହିବା ଓ ଖାଦ୍ୟପାନୀୟର ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ୬ଟି ବ୍ଲକର ୫୮ଟି ଗାଁ ପ୍ରଭାବିତ ହୋଇଥିବାବେଳେ ୧୧୫୪ ଜଣଙ୍କୁ ତଳିଆ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଛି। ସ୍ଥିତି ଉପରେ ନଜର ରଖିବା ସହ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ଜୋରଦାର କରିଛି ପ୍ରଶାସନ।

Related Articles

Back to top button