
ଭୁବନେଶ୍ୱର,ବଢ଼ୁଥିବା ମୁଦ୍ରାସ୍ଫୀତି ଓ ଘରୋଇ ବ୍ୟୟର ଚାପକୁ ଦୃଷ୍ଟିରେ ରଖି ସରକାର ଏକ ଜନହିତକର ନିଷ୍ପତ୍ତି ନେଇଛନ୍ତି। ଏହି ନୂଆ ବ୍ୟବସ୍ଥା ଅନୁସାରେ, ଯୋଗ୍ୟ ହିତାଧିକାରୀମାନେ ଏପ୍ରିଲ ମାସରେ ହିଁ ଆଗାମୀ ୩ ମାସ ପାଇଁ,ରାସନ ଏକାସାଥିରେ ପାଇପାରିବେ।ଏହି ନୂତନ ବ୍ୟବସ୍ଥା ଦ୍ୱାରା ରାସନ ଦୋକାନ ସମ୍ମୁଖରେ ଭିଡ଼ ହ୍ରାସ ପାଇବ ଓ ବଣ୍ଟନ ପ୍ରକ୍ରିୟା, ଅଧିକ ସୁଚାରୁ ହେବ। ସରକାର ଏଥି ପାଇଁ ଇ-ପିଓଏସ୍ ମେସିନ୍ ଓ ଡିଜିଟାଲ୍ ସିଷ୍ଟମ୍ ବ୍ୟବହାର କରୁଛନ୍ତି, ଯାହା ରାସନ ବଣ୍ଟନରେ ସ୍ୱଚ୍ଛତା ଓ ସଠିକତା ସୁନିଶ୍ଚିତ କରିବ।ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ସରକାରୀ ରାସନ ବଣ୍ଟନ ପ୍ରଣାଳୀକୁ ସରଳ ଓ ସୁବିଧାଜନକ କରିବା। ଆଗରୁ ହିତାଧିକାରୀମାନେ ପ୍ରତି ମାସରେ, ରାସନ ଦୋକାନକୁ ଯାଇ ଶସ୍ୟ ନେବାକୁ ପଡୁଥିଲା, ଯାହା ଦ୍ୱାରା ସମୟ ଓ ଯାତାୟାତ ଖର୍ଚ୍ଚ ବଢ଼ୁଥିଲା। ଏବେ ଏକାଥରେ ୩ ମାସର ରାସନ ମିଳିବାରୁ ସେହି ସମସ୍ୟାର ସମାଧାନ ହେବ।ଏହି ନିଷ୍ପତ୍ତିର ସର୍ବାଧିକ ଲାଭ ଗ୍ରାମାଞ୍ଚଳ ଓ ଦୂର ଅଞ୍ଚଳରେ ବସୁଥିବା ଲୋକମାନେ ପାଇବେ। ଏକାଥରେ ରାସନ ମିଳିବାରୁ ସେମାନଙ୍କର ଦୈନିକ ଜୀବନରେ ସୁବିଧା ବଢ଼ିବ।




